Categories: ବାଣିଜ୍ୟ

ନିୟନ୍ତ୍ରଣ ମୁକ୍ତ ହେବ ତୈଳ ବିକ୍ରି କଟକଣା

ନୂଆଦିଲ୍ଲୀ,୩୦।୬: ସରକାର ଅଶୋଧିତ ତୈଳର ଘରୋଇ ଉତ୍ପାଦନକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆସନ୍ତା ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବ। ଦେଶରେ ଏକ୍ସପ୍ଲୋରେସନ୍‌ ଏବଂ ପ୍ରଡ଼କ୍ସନ ବୃଦ୍ଧି କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ଠାକୁର ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଓଏନ୍‌ଜିସି ଏବଂ ଅଏଲ୍‌ ଇଣ୍ଡିଆ ଭଳି କମ୍ପାନୀଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଅଶୋଧିତ ତୈଳ ବିକ୍ରି କରିପାରୁନାହାନ୍ତି। ସେମାନଙ୍କୁ ସରକାରୀ ଅଏଲ୍‌ କମ୍ପାନୀକୁ ତୈଳ ବିକ୍ରି କରିବାକୁ ପଡୁଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶରେ ଅଶୋଧିତ ତୈଳ ଉତ୍ପାଦକ କମ୍ପାନୀମାନେ ସ୍ବଇଚ୍ଛାରେ ତୈଳ ବିକ୍ରି କରିପାରିବେ।

Share