ପାଇପ୍‌ଲାଇନ କାଟି ତେଲ ଚୋରି ଘଟଣାର ପର୍ଦ୍ଦାଫାଶ

ସମ୍ବଲପୁର,୨୭ା୨(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ହାତିବାରୀଠାରେ ପାରାଦୀପ-ରାୟପୁର ପାଇପ୍‌ଲାଇନ କାଟି ତେଲ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ କଳାହାଣ୍ଡି ଜିଲା ଏମ୍‌ ରାମପୁରସ୍ଥିତ ପେଟ୍ରୋଲପମ୍ପ୍‌ ମାଲିକ ଅଟଳ ବିହାରୀ ସାହୁଙ୍କୁ ଚୋରି ତେଲ କିଣିବା ଅଭିଯୋଗରେ ଗିରଫ କରାଯାଇଛି। ଏହାସହ ଚୋରି ଅଭିଯୋଗରେ ଅବଦୁଲ ଅମିନ, ମହମ୍ମଦ ସୁଲତାନ, ଶେଖ ଅଜମଦ, କିଶୋର ସିଂ, ଚନ୍ଦ୍ରଶେଖର ଚାନ୍ଦ ଓ ସୁନୀଲ ପଣ୍ଡାଙ୍କୁ ଗିରଫ କରାଯାଇଛି। ଘଟଣାରେ ବ୍ୟବହୃତ ଟ୍ୟାଙ୍କର (ଓଡି-୦୫ୟୁ-୦୫୫୩), କାର୍‌ (ଓଡି୦୮କ୍ୟୁ-୯୦୪୧) ସହ ପାଇପ୍‌ ମଧ୍ୟ ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୬/୨୩) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ଜାନୁୟାରୀ ୨୭ ତାରିଖରେ ପ୍ରଥମେ ତେଲ ଚୋରି ହୋଇଥିଲା। ହେଲେ କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ କରା ନ ଯାଇ କେବଳ ସୂଚନା ଦିଆଯାଇଥିଲା। ପୋଲିସ ସୂଚନା ପାଇବା ପରେ ଉକ୍ତ ଅଞ୍ଚଳରେ ନଜର ରଖିଥିଲା। ଅଭିଯୁକ୍ତମାନେ ପୁଣି ଫେବୃୟାରୀ ୧୦ ତାରିଖରେ ସମାନ ସ୍ଥାନରୁ ତେଲ ଚୋରି କରି ନେଇଥିଲେ। ଏହାକୁ ନେଇ କମ୍ପାନୀ ଅଧିକାରୀ ନରେନ୍ଦ୍ର ବେହେରା ଅଭିଯୋଗ କରିଥିଲେ। ପ୍ରାୟ ୨୬ ଲକ୍ଷ ଟଙ୍କାର ଡିଜେଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେରଙ୍କ ନେତୃତ୍ୱରେ ଥାନା ଅଧିକାରୀ ରାଜକୁମାର ବିଶ୍ୱାଳଙ୍କୁ ନେଇ ଟିମ୍‌ ଗଠନ କରାଯାଇଥିଲା। ପୋଲିସ ସାଇବର ଟିମ୍‌ର ସହାୟତା ନେଇ ସୁରାକ ପାଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଅନ୍ୟପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ପାଇପ୍‌ଲାଇନ କାଟିବା ପାଇଁ ସ୍ବତନ୍ତ୍ର ଟେକ୍‌ନିସିଆନ ଉତ୍ତରପ୍ରଦେଶରୁ ଆସିଥିଲେ। ତେଲ ଯାଉଥିବା ସମୟରେ ପାଇପ୍‌ କାଟି ଭାଲ୍‌ବ ଲଗାଇ ଦେଉଥିଲେ। ସମୟର ସୁଯୋଗ ନେଇ ଉକ୍ତ ଭାଲ୍‌ବ ଖୋଲି ଟାଙ୍କିରେ ତେଲ ଲୋଡ୍‌ କରୁଥିଲେ। ଗୋଟିଏ ଟ୍ୟାଙ୍କର ଲୋଡ୍‌ କରିବାକୁ ୧୫ ମିନିଟ ସମୟ ଲାଗୁଥିଲା। ଟ୍ୟାଙ୍କର ଲୋଡ୍‌ହେବା ପରେ ସେମାନେ ସଙ୍ଗେ ସଙ୍ଗେ ଫେରାର ହୋଇଯାଉଥିଲେ। ଚୋରି ତେଲ ବିକ୍ରି କରିବା ପାଇଁ ଆଉ ଏକ ସ୍ବତନ୍ତ୍ର ଟିମ୍‌ ରହିଛନ୍ତି। ସେମାନେ ଲିଟର ପିଛା କମିଶନ ପାଇ କାମ କରନ୍ତି ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରବାଡିରେ ଶ୍ରୀ ଅନ୍ନ ଯୋଜନା: ଖୋଲିଲା ଖାଦ୍ୟରଆସର

ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ପ୍ରସାର ସହ ଲୋକଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସରକାର ଓଡ଼ିଶା ମିଲେଟ ମିଶନ ଆରମ୍ଭ କରିଥିଲେ। ଯାହାକି ଏବେ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ରକ୍ତ ଭିଜା ଲୁଗା, ମୋବାଇଲ ଜବତ କଲା ପୋଲିସ

ବଲାଙ୍ଗୀର,୨୯ା୧୦(ସୁନିଲ କୁମାର ମହାନ୍ତି): ପୁଇଁତଲା ଥାନା ଅଧୀନରେ ତଣ୍ଡାମୁଣ୍ଡା ପତ୍ରା ଜଙ୍ଗଲରେ ଡବଲ ମର୍ଡର ଘଟଣାରେ ବଲାଙ୍ଗୀର ପୋଲିସ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି ।...

ଧନତେରସରେ ସୁନା ଦୋକାନୀଙ୍କୁ ଜିଏସ୍‌ଟି ମାଡ଼: ଜଣେ ବ୍ୟବସାୟୀଙ୍କ ତିତିତିନିଟା ଦେକାନରେ ପଶିଲା ସିଟି/ଜିଏସ୍‌ଟି ଟିମ୍‌

ସମ୍ବଲପୁର,୨୯।୧୦: ସମ୍ବଲପୁର ମାରଓ୍ବାଡି ବଜାରରେ ତୁଲଶ୍ୟାନ୍‌ ଜୁଏଲାରୀ ଦୋକାନରେ ମଙ୍ଗଳବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଧନତେରସ ଚାଲିଥିବା ବେଳେ ଏବେ ସୁନା ଦୋକାନରେ ଭିଡ ଦେଖିବାକୁ...

ଧନତେରସରେ ସୁନା ଦୋକାନୀଙ୍କୁ ଝଟକା: ବସୁନ୍ଧରା ଜୁଏଲେରୀରେ ଜିଏସ୍‌ଟି ଚଢ଼ାଉ

ଭବାନୀପାଟଣା,୩୦।୧୦(ଉତ୍ତମ କୁମାର ଦାଶ): ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। ଏନେଇ ସୁନା ଗହଣା କିଣିବାକୁ ଜୁଏଲେରୀ ଦୋକାନରେ ଲୋକଙ୍କ...

ବୁଧବାର ବନକ ଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୯ା୧୦: ଆସନ୍ତାକାଲି ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ପୁଣି ଓଡ଼ିଶା ଆସିବ ୫ ବାଘୁଣୀ

ଭୁବନେଶ୍ୱର,୨୯।୧୦: ରାଜ୍ୟରେ ବାଘ ବଂଶ ବିସ୍ତାର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ କିଛିଦିନ ତଳେ ମହାରାଷ୍ଟ୍ରରୁ ଏକ ମହାବଳ ବାଘୁଣୀ ଆଣି ମୟୁରଭଞ୍ଜର...

ବିବାହକୁ ପୁରିନି ୭ ମାସ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ,୨୯ା୧୦(ରତନ ନାୟାର): ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ...

ପରକୀୟା ପ୍ରୀତି: ତହସିଲଦାରଙ୍କ ଡ୍ରାଇଭରଙ୍କୁ ଉଲଗ୍ନ କରି ଆଣ୍ଠେଇ ଚଲାଇଲେ

ପାଟଣା,୨୯ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପାଟନାଳୀ ସାହିରେ ପରକୀୟା ପ୍ରୀତିକୁ ନେଇ କଙ୍ଗାରୁ କୋର୍ଟ ହୋଇଛି। ଜଣେ ଯୁବକଙ୍କୁ ଗ୍ରାମବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri