ଭୁବନେଶ୍ୱର,୧।୬(ବ୍ୟୁରୋ): ଚଳିତ ବର୍ଷର ଓଜେଇଇ ପରୀକ୍ଷା ପାଇଁ ବୁଧବାର ସୂଚୀ ପ୍ରକାଶ ପାଇଛି। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ତାରିଖରେ ଶେଷ ହେବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଜୁଲାଇ ୪ରେ ୩ଟି ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ। ଜୁଲାଇ ୫ରେ ୧ମ ଓ ୨ୟ ସିଫ୍ଟରେ ଏମ୍ସିଏ, ଏମ୍ଏସ୍ସି ପରୀକ୍ଷା ହେବ। ସେହିପରି ଉକ୍ତ ଦିନର ୩ୟ ସିଫ୍ଟରେ ଏମ୍-ଟେକ୍, ଏମ୍-ଆର୍କ, ଏମ୍ ଫାର୍ମା, ବି.କେଟ୍ ପରୀକ୍ଷା ଅନୁଷ୍ଠିତ ହେବ। ସେହିଭଳି ୬ତାରିଖରେ ପ୍ରଥମ ୨ଟି ସିଫ୍ଟରେ ଏମ୍ବିଏ ଓ ୨ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ ଏମ୍ବିଏ ଏବଂ ଶେଷରେ ୮ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ ବି.ଫାର୍ମା ପ୍ରବେଶିକା ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।