ସେପ୍ଟେମ୍ବର ୯ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର, ୧୧।୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଫଳରେ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିଛି। ଏପରି ସ୍ଥିତିରେ ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଲ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ।
ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ଅନୁଷ୍ଠିତ ହେବ। ଏ ନେଇ ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ୧୬ଟି ଜିଲାର ସରକାରୀ ପଲିଟେକନିକ ଓ ଆଇଟିଆଇ
କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଓଜେଇଇ, ଟିସିଏସ୍‌ ଅଧିକାରୀ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ। ପରିଦର୍ଶନ ସମୟରେ ସହଯୋଗ କରିବାକୁ ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରାଯାଇଛି।

Share