ଏଥର ଓଡିଶା ବାହାରେ ଓଜେଇଇ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୧୩ା୮(ବ୍ୟୁରୋ)-ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍‌ଲାଇନ ପରୀକ୍ଷା କେନ୍ଦ୍ର କରିବାକୁ ଓଜେଇଇ ନିଷ୍ପତ୍ତି ନେଇଛି। ଏହିସବୁ କେନ୍ଦ୍ର ହେଲା ପାଟନା, ରାଞ୍ଚି ଓ କୋଲକାତା। ସେହିପରି ରାଜ୍ୟରେ ଆଉ କିଛି ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ ଫୁଲବାଣୀରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆବେଦନକାରୀ ଅନଲାଇନ ଯୋଗେ ନିଜ ପରୀକ୍ଷା କେନ୍ଦ୍ର ବଦଳାଇ ପାରିବେ।

Share