ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୬।୧୧(ବ୍ୟୁରୋ)-ଚଳିତ ବର୍ଷର ଓଜେଇଇ ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଓଜେଇଇ ରେଜଲ୍ଡ ପ୍ରକାଶିତ ହୋଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ଜଣ ଛାତ୍ରଙ୍କୁ ମିଳିଛି ୟେଲୋ ରାଙ୍କ। ଶୋଭିତ ପଟଲେ ବି.ଟେକ ଏବଂ ଶ୍ୟାମସୁନ୍ଦର ପଟେଲ ଏମ. ଟେକ୍‌ରେ ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ଶୁଭକାନ୍ତ ସାହୁ, ଏମସିଏରେ ଜୟଦୀପ ଦେ ଟପ୍ପର ହୋଇଛନ୍ତି। ବି-ଫାର୍ମରେ ସୌମ୍ୟରଞ୍ଜନ ରାଉତରାୟ, ଏମ-ଫାର୍ମରେ ପରିମିତା ସାହୁ ଟପ୍ପର ହୋଇଛନ୍ତି।

Share