ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଓଜେଏସ୍-୨୦୨୧ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ଅନୁଗୋଳର ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବିଭୂ ପ୍ରସାଦ ନାୟକ, ପଞ୍ଚମ ସ୍ଥାନରେ ସୁମୀତା ରଥ, ଷଷ୍ଠରେ ରାଜଲକ୍ଷ୍ମୀ ମହାନ୍ତି, ସପ୍ତମରେ ରାଜେଶ ମିଶ୍ର, ଅଷ୍ଟମରେ ସୁସ୍ମିତା ମିଶ୍ର, ନବମରେ ସିତେଶ ମହାନ୍ତି, ଦଶମ ସ୍ଥାନରେ ବିନାୟକ ପ୍ରସାଦ ସାହୁ ଅଧିକାରୀ ଅଛନ୍ତି। ତେବେ ୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି।