ନଭେମ୍ବର ୩ରୁ ଓଜେଏସ୍‌ ମେନ୍‌

ଭୁବନେଶ୍ୱର,୩ା୧୦ (ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌)-୨୦୨୩ ମେନ୍‌ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ଜଣ ପରୀକ୍ଷାର୍ଥୀ ମେନ୍‌ ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏନେଇ ଓପିଏସ୍‌ସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ, ରାଜ୍ୟର ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୩ଟି ଜୋନ୍‌ରେ ପରୀକ୍ଷା କରାଯିବ। ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ପ୍ରାର୍ଥୀମାନେ ଓପିଏସ୍‌ସିର ଅଫିସିଆଲ ୱେବ୍‌ସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇପାରିବେ। ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ପ୍ରିଲିମିନାରି ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିଲା। ମୋଟ ୨୭୭ ଜଣ ପୁରୁଷ ଓ ୪୦୩ ଜଣ ମହିଳା ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ।