ପ୍ରକାଶ ପାଇଲା ଓଜେଏସ୍‌ ମେନ୍‌ ପରୀକ୍ଷାଫଳ

କଟକ ଅଫିସ, ୨୦ା୯- ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ (ଓଜେଏସ୍‌)-୨୦୨୧ର ମେନ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୨୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ରୋଲ୍‌ ନମ୍ବର ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଏଥିସହ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କର ଅରିଜିନାଲ ସାର୍ଟିଫିକେଟ ଓ ଡକ୍ୟୁମେଣ୍ଟ ଯାଞ୍ଚ କାର୍ଯ୍ୟସୂଚୀ ସମ୍ପର୍କରେ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ସିଭିଲ୍‌ ଜଜ୍‌ ନିମନ୍ତେ ଓପିଏସ୍‌ସି ପକ୍ଷରୁ ଗତ ଜୁନ୍‌ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଜେଏସ୍‌ର ମେନ୍‌ ପରୀକ୍ଷା ହୋଇଥିଲା।

Share