ପ୍ରକାଶ ପାଇଲା ଓଜେଏସ୍‌ ପ୍ରିଲିମିନାରି ଲିଖିତ ପରୀକ୍ଷାଫଳ

କଟକ,୨୮।୬(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌)୨୦୨୨ ପ୍ରିଲିମିନାରି ଲିଖିତ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୯୯୪ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫୬୨ ଜଣ ମହିଳା ଅଛନ୍ତି। ଏହି ପରୀକ୍ଷା ଗତମାସ ୨୧ ତାରିଖରେ ଅନୁଷ୍ଠିତ ହୋଇଥିଲା। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଓଜେଏସ୍‌ ମେନ୍‌ ପରୀକ୍ଷା ଦେବେ। ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଓପିଏସ୍‌ସି ୱେବ୍‌ସାଇଟ୍‌ www.opsc.gov.inରେ ଉପଲବ୍ଧ ରହିଛି।