ଓଜେଏସ୍‌ ରେଜଲ୍ଟ ପ୍ରକାଶ: ସୁଶ୍ରୀତା ଟପ୍ପର

ଭୁବନେଶ୍ୱର,୨୭ା୧୨: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସୁଶ୍ରୀତା ମିଶ୍ର ଟପ୍ପର ହୋଇଛନ୍ତି। ଏଥିରେ ମୋଟ୍‌ ୫୫ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ପ୍ରଥମ ୧୦ ଜଣ ହେଲେ ସୁଶ୍ରୀତା ମିଶ୍ର, ନିଲିଶା ପଟ୍ଟନାୟକ,ଅନନ୍ୟା ମିଶ୍ର, ରାଣୀ ରଞ୍ଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞାସୁମନ ମହାପାତ୍ର, ଏସ୍‌ଆର ତୋଷାଳୀ, ସତ୍ୟଜିତ୍‌ ପାଣି ଓ ଲଳିତେନ୍ଦୁ ଦ୍ୱିବେଦୀ।

Share