Categories: ଜାତୀୟ

ବିହାରରେ ଭାଜପାକୁ ବଡ଼ ଭାଇ ମାନୁଛି ଜେଡିୟୁ, ଏହି ଫର୍ମୁଲାରେ ଲୋକ ସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନିଶ୍ଚିତ

ପାଟନା,୬।୩: ଲୋକ ସଭା ନିର୍ବାଚନ ପାଇଁ ବିହାରରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ‘ବଡ ଭାଇ’ର ମାନ୍ୟତା ଦେଇଛି। ଯଦିଓ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ହେଲେ ଜେଡିୟୁର ମହାସଚିବ କେ.ସି ତ୍ୟାଗି ତାଙ୍କ ଅଙ୍ଗଭଙ୍ଗୀରେ ଅନେକ କଥା ସ୍ପଷ୍ଟ କରିଛନ୍ତି। ଦିଲ୍ଲୀର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କେ.ସି ତ୍ୟାଗି କହିଛନ୍ତି , ଭାଜପା ତାଙ୍କ ଦଳର ବଡ ଭାଇ ପରି। ତ୍ୟାଗିଙ୍କ ବିବୃତ୍ତରୁ କଳ୍ପନାଜଳ୍ପନା କରାଯାଉଛି ଯେ ଭାଜପା ରାଜ୍ୟର ୧୭ଟି ଆସନରେ ନିର୍ବାଚନ ଲଢିପାରେ। ସେହିପରି ଜେଡିୟୁ ବିହାରର ମୋଟ ୪୦ଟି ଲୋକ ସଭା ମଧ୍ୟରୁ ୧୬ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇପାରେ। ଯଦିଓ ସିଟ ବାଣ୍ଟିବା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ, କିନ୍ତୁ ତ୍ୟାଗିଙ୍କ ବିବୃତ୍ତି ନିଶ୍ଚିତ ଭାବରେ ଦୁଇ ଦଳ ମଧ୍ୟରେ ଆସନ ବାଣ୍ଟିବା ଦିଗରେ ସୂଚିତ କରୁଛି।

Share