Categories: ବାଣିଜ୍ୟ

ଖଣ୍ଡଗିରିରେ ଓକାୟା ଇଭିର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୮।୮ (ଅଭୟ ଦାଶ):ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହକିଲ (ଇଭି) ନିର୍ମାତା ଓକାୟା ଇଭିର ଅତ୍ୟାଧୁନିକ ତଥା ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ନିକଟରେ ଖଣ୍ଡଗିରି ଠାରେ ଉଦ୍‌ଘାଟିତ ହୋଇଯାଇଛି। ଓକାୟା ଇଭିର ସ୍ବୀକୃତିପ୍ରାପ୍ତ ଡିଲର ଏ ଆଣ୍ଡ ଟି ଅଟୋମୋବାଇଲ୍ସ ଆନୁକୂଲ୍ୟାରେ ଉକ୍ତ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଏଠାରେ ଓକାୟା ଇଭିର ସମସ୍ତ ମଡେଲ ସହ ବିବିଧ ଉତ୍ପାଦର ବ୍ୟାପକ ପୋର୍ଟଫୋଲିଓ ଉପଭୋକ୍ତାମାନେ ପାଇପାରିବେ। ଓକାୟା ଇଭିର ସ୍କୁଟର ପୋର୍ଟଫୋଲିଓରେ ଫାଷ୍ଟ ସିରିଜ୍‌ ଉତ୍ପାଦ ଲାଇନରେ ଫାଷ୍ଟ ଏଫ୍‌୪, ଫାଷ୍ଟ ଏଫ୍‌୩, ଏଫ୍‌୨ବି ଏବଂ ଏଫ୍‌୨ଟି ପରି ଉଚ୍ଚ ଗତି ଏବଂ ନିମ୍ନ ଗତିର ମଡେଲ ଅନ୍ତର୍ଭୁକ୍ତ ରହିଛି। ସେହିଭଳି କ୍ଲାସିକ୍‌+ ଏବଂ ଫ୍ରିଡମ୍‌ ମଡେଲଗୁଡିକ ଲୋ-ସ୍ପିଡ୍‌ ସେଗ୍‌ମେଣ୍ଟର ଏକ ଅଂଶ । ଉଲ୍ଲେଖଯୋଗ୍ୟ, ଓକାୟା ଇଭିର ଉତ୍ପାଦ ଲାଇନ୍‌ଅପ୍‌ ଗ୍ରାଉଣ୍ଡ ବ୍ରେକିଙ୍ଗ୍‌ ଏଲ୍‌ଏଫ୍‌ପି (ଲିଥିୟମ୍‌ ଫେରୋ ଫସ୍‌ଫେଟ୍‌) ବ୍ୟାଟେରି ଟେକ୍ନୋଲୋଜିକୁ ବୈଶିଷ୍ଟ୍ୟ କରିଥାଏ। ଶକ୍ତି ସାନ୍ଧ୍ରତା, ଦୀର୍ଘାୟୁତା ଏବଂ ପରିବେଶ ଉପଯୋଗୀ ପାଇଁ ନୂତନ ମାନକ ସ୍ଥିର କରିଥାଏ।

Share