ଚେନ୍ନାଇ,୧୦ା୧୧: ଯେଉଁମାନେ ଓଲା ଇଲେକ୍ଟ୍ରିକ ସ୍କୁଟରର ପରୀକ୍ଷଣ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଖୁସି ଖବର। ଆଜି ଏହି ସ୍କୁଟର ଗଡ଼ିବ। ତାମିଲନାଡୁ ସ୍ଥିତ ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଚଳିତବର୍ଷ ଅଗଷ୍ଟ ୧୫ରେ ଲଞ୍ଚ ହେବା ପରେ ପ୍ରଥମ ଥର ପାଇଁ ଏହାର S1 ଏବଂ S1 ପ୍ରୋ ଇଲେକ୍ଟ୍ରିକ ସ୍କୁଟରର ପରୀକ୍ଷା ହେବ। ତଥାପି ଏଥିରେ ଏକ ସର୍ତ୍ତ ରହିଛି। ଏହି ଓଲା ଇ-ସ୍କୁଟର ସମସ୍ତ ସହରରେ ଗଡ଼ିବ ନାହିଁ।
ଓଲା ଇଲେକ୍ଟ୍ରିକ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, ୨୦୨୧ ନଭେମ୍ବର ୨୦ରୁ ଚୟନ ସହରଗୁଡ଼ିକରେ ଟେଷ୍ଟ ରାଇଡ୍ ଆରମ୍ଭ ହେବ ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ଭାରତରେ ପ୍ରସାରିତ ହେବ। ନିକଟତମ ଓଲା ଟେଷ୍ଟ ରାଇଡ କ୍ୟାମ୍ପ ସର୍ଚ୍ଚ କରି ସ୍ଲଟ୍ ବୁକିଂ ପାଇଁ କୁହାଯାଇଛି। ଓଲା ଇଲେକ୍ଟ୍ରିକ ଏହା ମଧ୍ୟ କହିଛି ଯେ, S1 କିମ୍ବା S1 Pro ଇଲେକ୍ଟ୍ରିକ ସ୍କୁଟର କିଣିବା ପାଇଁ ଶେଷ ଦେୟ ତାରିଖ ଆଜିଠାରୁ ଆରମ୍ଭ ହେଉଛି। ଯେଉଁମାନେ ସେମାନଙ୍କର ବୁକିଂ କରିସାରିଛନ୍ତି ସେମାନଙ୍କୁ ସୂଚିତ କରାଯିବ।