Advertisement
Categories: ବାଣିଜ୍ୟ

ରାସ୍ତାରେ ଗଡ଼ିବ OLA ଇ-ସ୍କୁଟର, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ନୂଆଦିଲ୍ଲୀ,୨୦ା୧୧: ଆପ୍‌ ଜରିଆରେ ଟ୍ୟାକ୍ସି ବୁକିଂ ସେବା ଦେଉଥିବା କମ୍ପାନୀ OLA ଏବେ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା ଆସନ୍ତା ନୂଆବର୍ଷ ଉପଲକ୍ଷେ ଲଞ୍ଚ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

କମ୍ପାନୀ ଆସନ୍ତା ଜାନୁୟାରୀରେ ଏହା ବଜାରକୁ ପ୍ରବେଶ କରିବ। ଆରମ୍ଭରେ ଏହା ନେଦରଲ୍ୟାଣ୍ଡ୍‌ସ୍ଥିତ ଏକ କାରଖାନାରେ ନିର୍ମାଣ କରାଯିବ। ଏହା ପରେ ଭାରତ ଏବଂ ୟୁରୋପର ବଜାରରେ ବିକ୍ରି କରାଯିବ।

କୁହାଯାଉଛି, ସରକାର ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ଭାଗ ନେବା ଏବଂ ସ୍ଥାନୀୟ ଚାହିଦା ପୂରଣ କରିବା ପାଇଁ କମ୍ପାନୀ ଦେଶରେ ଏହାର କାରଖାନା ସ୍ଥାପନ କରିବାକୁ ଚିନ୍ତା କରୁଛି। ତେବେ ଏ ବିଷୟରେ OLAକୁ ପଠାଯାଇଥିବା ଏକ ଇ-ମେଲ୍‌ ଗ୍ରହଣ କରାଯାଇନାହିଁ।

ଦେଶର ୨୦ ନିୟୁତ ଦୁଇ ଚକିଆ ଯାନ ବିକ୍ରୟ ବଜାରରେ OLA ଏକ ବଡ଼ ଅଂଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଟ୍ୟାକ୍ସି ବୁକିଂ ସେବା କ୍ଷେତ୍ରରେ OLA ଆମେରିକାର UBER ସହିତ ଟକ୍କର ଦେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share