Advertisement

Ola ବାଇକ୍‌ ବୁକ୍‌ କରିଥିବା ଗ୍ରାହକଙ୍କ ପାଇଁ ଖୁସିଖବର, ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଡେଲିଭରି

ନୂଆଦିଲ୍ଲୀ,୧୩।୪: ଓଲା ଇଲେକ୍ଟ୍ରିକ୍‌ ବାଇକ ରୋଡଷ୍ଟର ଏକ୍ସ (Ola Roadster X) ବୁକ୍‌ କରିଥିବା ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର। ଓଲା ଏହାର ବାଇକ୍‌ର ଉତ୍ପାଦନ ଆରମ୍ଭ କରିଛି। କେବଳ ଏତିକି ନୁହେଁ, କିଛି ଡିଲରଙ୍କ ପାଖରେ ବାଇକଗୁଡ଼ିକ ପହଞ୍ଚିବା ମଧ୍ୟ ଆରମ୍ଭ ହୋଇଗଲାଣି। ଆଶା କରାଯାଉଛି ଯେ ବୁକିଂ କରିଥିବା ଗ୍ରାହକମାନଙ୍କୁ ବାଇକର ଡେଲିଭରି ଖୁବଶୀଘ୍ର ଆରମ୍ଭ ହେବ।

ଓଲା ରୋଡଷ୍ଟରରେ ଟେଲିସ୍କୋପିକ ଫ୍ରଣ୍ଟ ଫୋର୍କ ଏବଂ ରିଅର୍‌ରେ ଡୁଆଲ ସକ୍‌ ଅବ୍‌ଜର୍ବର ଅଛି। ଏହି ବାଇକ୍‌ରେ ୧୮ ଇଞ୍ଚର ଫ୍ରଣ୍ଟ ଆଲୟ ହ୍ବିଲ୍‌ ଏବଂ ୧୭ ଇଞ୍ଚର ରିଅର ଆଲୟ ହ୍ବିଲ୍‌ ରହିଛି। ଉଭୟରେ ଟ୍ୟୁବଲେସ ଟାୟାର ଲାଗିଛି। ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୮୦ ମିମି। Ola ବାଇକ୍‌ରେ ୪.୩ ଇଞ୍ଚର LCD ଇନ୍‌ଷ୍ଟ୍ରୁମେଣ୍ଟ ପ୍ୟାନେଲ ଅଛି, ଯେଉଁଥିରେ ବ୍ଲୁଟୁଥ୍‌ ସଂଯୋଗ, ଟର୍ନ-ବାଇ-ଟର୍ନ ନାଭିଗେସନ, ରିଭର୍ସ ମୋଡ ଏବଂ କ୍ରୁଜ କଣ୍ଟ୍ରୋଲ ଭଳି ବୈଶିଷ୍ଟ୍ୟ ରହିଛି।

Olaର ଏହି ବାଇକ ତିନୋଟି ଭିନ୍ନ ବ୍ୟାଟେରୀ ପ୍ୟାକ ବିକଳ୍ପ ୩.୫kWh, ୪.୫kWh ଏବଂ ୬kWh ସହିତ ଉପଲବ୍ଧ। ଏହି ବାଇକ୍‌ର ମୂଲ୍ୟ ପ୍ରାୟ ଟଙ୍କାରୁ ଆରମ୍ଭ ହୁଏ। ଦିଲ୍ଲୀରେ ଏହାର ମୂଲ୍ୟ ୧.୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ପ୍ରାୟ ୧.୫୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ବିଶେଷ କଥା ହେଉଛି ବାଇକ୍‌ର ସର୍ବାଧିକ ରେଞ୍ଜ ୨୪୮ କିଲୋମିଟର ଏବଂ ଏହା ବ୍ୟାଟେରୀ ପ୍ୟାକ ଉପରେ ନିର୍ଭର କରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Businessola