Categories: ବାଣିଜ୍ୟ

ନୂଆ ପ୍ରଡକ୍ଟ ଘୋଷଣା କରିବ ଓଲା

ନୂଆଦିଲ୍ଲୀ,୮।୮: ଭାରତ ବଜାରରେ ଓଲାର ଇଭି ସେଗମେଣ୍ଟ ଦ୍ରୁତ ବୃଦ୍ଧି ପାଉଛି। କମ୍ପାନି ଅଗଷ୍ଟ ୧୫ରେ ତା’ର ଗ୍ରାହକଙ୍କୁ କିଛି ସରପ୍ରାଇଜ ଦେବ ବୋଲି ଜଣାପଡିଛି। ଏହା ପୂର୍ବରୁ କମ୍ପାନୀର ସିଇଓ ଭବେଶ ଅଗ୍ରୱାଲ ସୋସିଆଲ ମିଡିଆରେ ଏକ ଭିଡିଓ ଟିଜର ଜାରି କରିଛନ୍ତି। ଆଉ ଏଥିରେ ୧୫ ଅଗଷ୍ଟକୁ ହାଇଲାଇଟ କରିଛନ୍ତି। ଅଗଷ୍ଟ ୧୫ରେ ଓଲା ତା’ର ଇଲେକ୍ଟ୍ରିକ୍‌ କାର ସମ୍ପର୍କରେ ଘୋଷଣା କରିପାରେ। ଅପରପକ୍ଷରେ ଭବେଶ୍‌ ଟୁଇଟ୍‌ କରି ୧୫ ଅଗଷ୍ଟରେ ଆମେ ଆମର ନୂଆ ପ୍ରଡକ୍ଟ ଘୋଷଣା କରିବା ପାଇଁ ଉତ୍ସୁକ ଓ ଆମେ ଆମର ବଡ ଫ୍ୟୁଚର ପ୍ଲାନ ନେଇ ଅନେକ ତଥ୍ୟ ଜାରି କରିବୁ ବୋଲି ସେ ଉଲ୍ଲେଖ କରିଛନ୍ତି।

Share