ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନ କୈଫଙ୍କ ଅପ୍‌କିମିଙ୍ଗ ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି। ଫିଲ୍ମ ‘ଭାରତ’ରେ ଉଭୟେ ନଜର ଆସୁଥିବା ବେଳେ ଏମାନଙ୍କର ଭିନ୍ନ ଗେଟ୍‌ଅପ୍‌ ଏବେ ଦର୍ଶକଙ୍କ ପାଇଁ କିଛି ଭିନ୍ନ ସ୍ବାଦ ଆଣିବ ବୋଲି କୁହାଯାଉଛି। ତେବେ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲି ଅବ୍ବାସ ଜାଫର ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି କି କ୍ୟାଟ୍ରିନା ମଧ୍ୟ ସଲମାନଙ୍କ ଭଳି ଫିଲ୍ମ ‘ଭାରତ’ରେ ଏକ ବୁଢି ଚରିତ୍ରରେ ଦେଖାଦେବେ। ସମୟ କ୍ରମେ ସଲମାନଙ୍କ ଚରିତ୍ର ଯେମିତି ଗତିଶୀଳ ହେବ କ୍ୟାଟ୍ରିନାଙ୍କ ରରିତ୍ର ମଧ୍ୟ ସେମିତି ଗତିଶୀଳ ହେବ ବୋଲି ସେ କହିଛନ୍ତି। ତେବେ ପ୍ରଥମ ଥର ପାଇଁ କ୍ୟାଟ୍ରିନାଙ୍କ ଏହି ଭିନ୍ନ ଗେଟଅପ୍‌ ଦେଖିବାକୁ ଦର୍ଶକେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

Share