ପୁରୁଣା ଅଚଳ କଏନ ବେପାର, ଶ୍ୱଶୁର ଜ୍ୱାଇଁ ଗିରଫ

ଧର୍ମଶାଳା,୧୩ ା ୬(ଡି.ଏନ୍‌.ଏ.): ପୁରୁଣା ଅଚଳ କଏନ ବ୍ୟବସାୟରେ ଲିପ୍ତ ୨ଜଣ ଠକଙ୍କୁ ଧର୍ମଶାଳା ଥାନା ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ା ସୋମାନେ ହେଲେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ବରପଦା ଗ୍ରାମର ଅଜୟ ସାମଲ(୪୩) ଓ ତାଙ୍କ ଜ୍ୱାଇଁ ବରୀ ରାମଚନ୍ଦ୍ରପୁର ଥାନା ମହାକାଳପଡା ଅଞ୍ଚଳର ବିଶ୍ୱଜିତ ସାହୁ (୨୦) ା ସେମାନେ ଦୀର୍ଘ ଦିନ ହେଲା ପୁରୁଣା ଅଚଳ କଏନ କାରବାର କରିଆସୁଥିଲେ। ଗତ ୭ ତାରିଖରେ ଧର୍ମଶାଳା ଥାନା ଶ୍ରୀରାମପୁର ଟୋଲଗେଟ ନିକଟରୁ ବିକ୍ରମ ତିରଣ ଗ୍ରାମର ଶିବ ଚରଣ ଦାସଙ୍କୁ ଅଜୟ ଅପହରଣ କରିବା ସହ ତାଙ୍କ ଠାରୁ ଟଙ୍କା ଲୁଟିଥିବା ନେଇଥିବା ଥାନାରେ ଅଭିଯୋଗ ହୋଇଥିଲେ ା ଏହି ଘଟଣାରେ ଧର୍ମଶାଳା ପୋଲିସ ଅଜୟଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତାଙ୍କକାରନାମା ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା ା ବିଶ୍ୱଜିତ୍‌ ଓ ତାଙ୍କ ଶ୍ୱଶୁର ଦୀର୍ଘ ଦିନ ହେଲା ଅଚଳ କଏନ କାରବାର କରୁଥିବା ସମ୍ପର୍କରେ ଜଣାପଡିବା ପରେ ପୋଲିସ ବିଶ୍ୱଜିତ ଓ ଅଜୟଙ୍କୁ ଗିରଫ କରିଛି ା ସେମାନଙ୍କ ନିକଟରୁ ବହୁ ପରିମାଣର ପୁରୁଣା ଅଚଳ କଏନ, ୧୦ହଜାର ଟଙ୍କା ଓ ୨ଟି ମୋବାଇଲ ଜବତ କରାଯାଇଛି। ଏନେଇ ଧର୍ମଶାଳା ଥାନା ପୋଲିସ ଏକ ମାମଲା(ନଂ.୩୭୫/୨୩) ରୁଜୁ କରି ତଦନ୍ତ କରିବା ସହ ୨ ଅଭିଯୁକ୍ତଙ୍କୁ ସୋମବାର ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଛି ବୋଲି ଥାନା ଅଧିକାରୀ ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି ା