ପୁରୁଣା ପୋଷାକ ନୂଆଲୁକ୍‌

ନୂଆ ପୋଷାକ ପିନ୍ଧିବାକୁ, ଫ୍ୟାଶନେବଲ ଲାଗିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁବେଳେ ନୂଆ ନୂଆ ପୋଷାକ କିଣିବା ସମ୍ଭବ ନୁହେଁ, ଏହା ବଜେଟ୍‌ ବିରୋଧୀ। ତେଣୁ ପୁରୁଣା ଆଉଟ୍‌ ଫିଟ୍‌କୁ ମିକ୍ସମ୍ୟାଚ କରି ଜଣେ ଚାହିଁଲେ ନୂଆ ଲୁକ୍‌ ପାଇପାରିବେ। ଆଉ ବିନା ଖର୍ଚ୍ଚରେ ଲାଗିବେ
ଷ୍ଟାଇଲିସ୍‌…
ବେଲ୍ଟ ଦ୍ୱାରା ଷ୍ଟାଇଲ୍‌- ବେଲ୍ଟକୁ କେବଳ ପ୍ୟାଣ୍ଟରେ ବାନ୍ଧିବା ଛଡା ବି ବିଭିନ୍ନ କ୍ରିଏଟିଭ୍‌ ଲୁକ୍‌ ଦେଇପାରିବ। ଯଦି ଆପଣ ସ୍ଲିମ୍‌ ଅଛନ୍ତି ତେବେ ଷ୍ଟାଇଲିସ୍‌ ବେଲ୍ଟ କ୍ୟାରି କରିପାରିବେ। ଲଙ୍ଗ ଟି-ଶାର୍ଟ ବା ଶାର୍ଟରେ ଅଧାରେ ବେଲ୍ଟ ଲଗାଇ ୱାନ୍‌ ପିସ୍‌ ଡ଼୍ରେସ୍‌ ଭାବେ ପିନ୍ଧିପାରିବେ। ହ୍ବାଇଟ୍‌ ଶାର୍ଟ ବା ଡ୍ରେସ୍‌ ସହିତ ଥିନ୍‌ ବା ବିଗ୍‌ ବେଲ୍ଟ୍‌ ଟିମ୍‌ଅପ୍‌ କରିପାରିବେ।

ବଟମ୍‌ ୱିୟର- ଅଲଗା ଅଲଗା ବଟମ୍‌ ୱିୟର ସହ ଟପ୍‌ସ ନୂଆଲୁକ୍‌ ଦେଇ ପାରିବ। ଯଦି ହ୍ବାଇଟ୍‌ ଶାର୍ଟ ପିନ୍ଧୁଛନ୍ତି ,
ତେବେ ତା’ସହିତ ପ୍ରିଣ୍ଟେଡ୍‌ ଲଙ୍ଗସ୍କର୍ଟ, ଲେଗିନ୍ସ, ଜିନ୍ସ ପିନ୍ଧି ପାରିବେ।

ଜ୍ୟାକେଟ୍‌ ଫ୍ୟାଶନ୍‌- ସବୁଦିନିଆ ଆଉଟ୍‌ଫିଟ୍‌ରେ ପ୍ରତିଥର ନୂଆଲୁକ୍‌ ଦେବା ପାଇଁ ଜ୍ୟାକେଟ୍‌ ଯଥେଷ୍ଟ। ସିଙ୍ଗଲ କଲର୍‌ ଶାର୍ଟ, ଡ୍ରେସ୍‌ କିମ୍ବା ଟପ୍ସ ସହିତ କଲରଫୁଲ ଜ୍ୟାକେଟ୍‌ ପିନ୍ଧିପାରିବେ। ଏହା ଆପଣଙ୍କର ପୂରା ଲୁକ୍‌ ବଦଳାଇଦେବ।

ସ୍କାର୍ଫ- ସ୍କାର୍ଫ କେବଳ ମୁଣ୍ଡରେ ବାନ୍ଧିବା ପାଇଁ ନୁହେଁ, ଏହା ଆଉଟ୍‌ଫିଟ୍‌ରେ ମଧ୍ୟ ନୂଆ ଲୁକ୍‌ ଦେଇପାରେ। ଆପଣ କଲରଫୁଲ ସ୍କାର୍ଫକୁ ବେକରେ ଟାଇ ପରି ଡିଜାଇନ୍‌ କରିପାରିବେ।
ପ୍ୟାଣ୍ଟରେ ବେଲ୍ଟ ଭାବେ ମଧ୍ୟ ବ୍ୟବହାର କରିପାରିବେ। ପ୍ୟାଣ୍ଟରେ ସ୍କାର୍ଫ ବାନ୍ଧିବା ଷ୍ଟାଇଲ ବି ଏବେ ଟ୍ରେଣ୍ଡ୍‌ରେ ରହିଛି।

ଫୁଟ୍‌ ୱିୟର-ଫୁଟ୍‌ ୱିୟର ଲୁକ୍‌କୁ ପୂରା କରିଥାଏ।
ସେଥିପାଇଁ ଅଲଗା ଅଲଗା ଆଉଟ୍‌ଫିଟ୍‌ ସହିତ ଅଲଗା ଫୁଟ୍‌ ୱିୟର ପିନ୍ଧିବା ଆବଶ୍ୟକ।
ଏଥନିକ୍‌ ଆଉଟ୍‌ଫିଟ୍‌ ସହିତ ହିଲ ପିନ୍ଧିଲେ ଆପଣଙ୍କୁ ଫେମିନାଇନ୍‌ ଲୁକ୍‌ ମିଳିବ। ସେମିତି ଜିନ୍ସ, ୱାନ୍‌ପିସ୍‌ ଆଉଟ୍‌ଫିଟ୍‌ ଆଦିରେ ସ୍ନିକର୍ସ କିମ୍ବା ଜୋତା ପିନ୍ଧିଲେ ଏହା ଫଙ୍କି ଲୁକ୍‌ ଦେଇଥାଏ।