ପୁରୁଣା ମେଧା

ଯୁବପିଢ଼ି ପାଇଁ ଆଇଟି ସେକ୍ଟର କର୍ମଶକ୍ତି ଭାବେ ଉଭାହୋଇଛି। ସେଥିପାଇଁ ଅଧିକ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ ନିଯୁକ୍ତି ଓ ରୋଜଗାର ଆଶାରେ ଆମେରିକା, କାନାଡା, ଇଂଲଣ୍ଡ, ଜର୍ମାନୀ ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶକୁ ଯାଉଛନ୍ତି। ସବୁଠୁ ଅଧିକ କର୍ମଚାରୀ ଅଛନ୍ତି ଆମେରିକାରେ। ଓ୍ବାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଗତବର୍ଷ ନଭେମ୍ବରରୁ ଏଯାବତ ଆଇଟି ସେକ୍ଟର ପାଖାପାଖି ୨,୦୦,୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ରିପୋର୍ଟ ଅନୁସାରେ ବିଦା ହୋଇଥିବା ଆଇଟି ପ୍ରଫେଶନାଲଙ୍କ ମଧ୍ୟରେ ୩୦ରୁ ୪୦ ପ୍ରତିଶତ ଭାରତୀୟ (ପ୍ରାୟ ୬୦ରୁ ୮୦ ହଜାର) ଅଛନ୍ତି , ଯେଉଁମାନେ ଏଚ୍‌-୧ବି ଓ ଏଲ-୧ ଭିଜା ନେଇ ରହିଛନ୍ତି। ଦୁର୍ଭାଗ୍ୟପୂର୍ଣ୍ଣ ଯେ,ଏତେ ସଂଖ୍ୟକ କର୍ମଚାରୀଙ୍କ ଚାକିରି ଯିବା ପରେ ଏଚ୍‌-୧ବି ଭିଜା ଦ୍ୱାରା ଯେଉଁମାନେ ଯାଇଥିଲେ ସେମାନେ ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି । ବଡ଼ କଥା ହେଉଛି ସେମାନଙ୍କୁ ଏହି ସମୟ ମଧ୍ୟରେ ଭିଜା ସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡ଼ିବ, ନଚେତ ସେମାନେ ଆପଣାଇଥିବା ଦେଶକୁ ଛାଡ଼ିବାକୁ ହେବ। ଅନେକେ ମଧ୍ୟ ଆମେରିକାରୁ ଘର ଦ୍ୱାର ବିକ୍ରି କରି ପଳାଇ ଆସିଲେଣିି। କାରଣ ସେଠାରେ ଚାକିରି ଗଲେ ରୋଜଗାର ନ କରି ବଞ୍ଚିବାର ଅନ୍ୟ ଉପାୟ ନାହିଁ। ସେଠାରୁ ଛାଡ଼ି ଆସି ଏଠାରେ ସମ୍ପତ୍ତିିରେ ଭାଗ ବସାଉଛନ୍ତି। ଏଠାକାର ପରିମଳ ଓ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି। ମନେରଖିବାକୁ ହେବ ଯେ ସେମାନେ ଭାରତର ପ୍ରତ୍ୟେକ ଟିକସଦାତାଙ୍କ ଅର୍ଥରେ ପଢିଛନ୍ତି। ପଢିସାରିବା ପରେ ଏଠାରେ ସେମାନଙ୍କ ଜ୍ଞାନ ଉପଯୋଗ ନ କରି ଅଧିକ ରୋଜଗାର ଆଶାରେ ଆମେରିକା କିମ୍ବା ଅନ୍ୟ ଦେଶକୁ ଚାଲି ଯାଉଛନ୍ତି। ସେମାନେ ହେଉଛନ୍ତି ବାସ୍ତବ ପଳାତକ, ଯେଉଁମାନେ ମାତୃଭୂମିର ଭବିଷ୍ୟତ ପିଢ଼ିକୁ ଅଣଦେଖା କରି କେବଳ ନିଜର ସୁବିଧା ପାଇଁ ଜନ୍ମଭୂମି ଛାଡ଼ି ପଳାଇଥିଲେଃ କିନ୍ତୁ ଏବେ ଆଇଟି ସେକ୍ଟର ଏକ ପରିବର୍ତ୍ତିତ ଧାରାରେ ଆଗଉଥିବା ସମୟରେ ଏମାନେ ଅଲୋଡ଼ା ହୋଇଯାଉଛନ୍ତି। କୁହାଯାଉଛି, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବିଶ୍ୱରେ ଅଭିବୃଦ୍ଧିର ମାନ୍ଦାବସ୍ଥା ଦେଖାଦେବ ବୋଲି ସତର୍କ ବାଣୀ ଶୁଣାଇବା ପରେ ଆଇଟି କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇ କରୁଛନ୍ତିି। କିନ୍ତୁ ପ୍ରକୃତ କାରଣ ହେଉଛି ଟ୍ୟାଲେଣ୍ଟ ବା ମେଧା ପୁରୁଣା ହୋଇଯାଉଛି। ଏହି ପଳାତକମାନେ ଯାହା ପଢ଼ିକି ଯାଇଥିଲେ ତାହା ଏବେ ପୁରାତନ ଜ୍ଞାନ ଭାବେ ବିବେଚିତ ହେଉଥିବାରୁ ତାଙ୍କର ଚାହିଦା ହ୍ରାସ ପାଉଛି। ଆମେରିକାର ମ୍ୟାନପାଓ୍ବାର ଗ୍ରୁପର ରିପୋର୍ଟ ମୁତାବକ ଏବେ ପରିବର୍ତ୍ତିତ ଆଇଟି କ୍ଷେତ୍ରରେ ଟେକ୍‌ ଟ୍ୟାଲେଣ୍ଟ ବା ପ୍ରଯୁକ୍ତି ମେଧାର ଅଭାବ ଥିବା ଦର୍ଶାଯାଇଛି। ଆଇଟି ଇଣ୍ଡଷ୍ଟ୍ରି ଏମ୍ପ୍ଲୟର ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ୭୬% କର୍ମଚାରୀଙ୍କଠାରେ ୍‌ହାର୍ଡ ଓ ସଫ୍ଟ ସ୍କିଲରେ କଠିନତା ଲକ୍ଷ୍ୟ କରାଯାଇଛି। ଏଥିପାଇଁ ୨୦୨୩ରେ ଆମେରିକାର ଆଇଟି କମ୍ପାନୀଗୁଡ଼ିକ ଟେକ୍‌ ଟ୍ୟାଲେଣ୍ଟକୁ ଗୁରୁତ୍ୱ ଦେଇ ୩୫% ଯୋଗ୍ୟ ଆଇଟି ପ୍ରଫେସନାଲଙ୍କୁ ଆଣିବାକୁ ଯୋଜନା କରିଥିବା ଜଣାପଡ଼ିଛି। ମ୍ୟାନପାଓ୍ବାର ଗ୍ରୁପ ରିପୋର୍ଟରେ ଏହା ମଧ୍ୟ ଦର୍ଶାଇଛି ଯେ ୨୦୨୩ର ପ୍ରଥମ ତ୍ରୈମାସିକରେ ଆଇଟି ଇଣ୍ଡଷ୍ଟ୍ରି ପକ୍ଷରୁ ୭୦% ନୂଆ ଟେକନିକାଲ ସ୍କିଲ ସମ୍ପନ୍ନ ମେଧାଙ୍କୁ ଅଣାଯିବାର ଯୋଜନା କରାଯାଇଛି। ଏଥିରୁ ବୁଝାପଡ଼ୁଛି ଯେ, ପଦବୀ ପୂରଣ ପାଇଁ ଆଇଟି ସେକ୍ଟରଗୁଡ଼ିକ ଟ୍ୟାଲେଣ୍ଟ ଅନ୍ବେଷଣରେ ଅଛନ୍ତି। ଏଣୁ ବିକାଶଶୀଳ ଆଇଟି କ୍ଷେତ୍ରରେ ମେଧା ଆବଶ୍ୟକତାକୁ ଲକ୍ଷ୍ୟ କରି ଛଟେଇ କରାଯାଉଥିବା ପ୍ରକିୟାକୁ ସ୍ବୀକାର କରିବାକୁ ହେବ। ଭାରତୀୟମାନଙ୍କ ମେଧା ସ୍ତର ଓ ନିଯୁକ୍ତିଭିତ୍ତିକ ଯୋଗ୍ୟତା ଉପରେ ଅନୁଧ୍ୟାନ କରୁଥିବା ଆସ୍ପାୟାରିଂ ମାଇଣ୍ଡସ୍‌ର ୨୦୧୭ ରିପୋର୍ଟ ବି ଏହାକୁ ସ୍ପଷ୍ଟ କରିଥିଲା। ଏହା ଦର୍ଶାଇଛି ଯେ, ଭାରତରେ ୯୫% ଇଞ୍ଜିନିୟର ସଫ୍ଟଓ୍ବେର ଡେଭଲପମେଣ୍ଟ ଚାକିରି ପାର୍ଇ ଯୋଗ୍ୟ ନୁହନ୍ତି। ଯେହେତୁ ଆମେରିକା ସମେତ ଅନ୍ୟ ଦେଶଗୁଡ଼ିକରେ ଆଇଟି କ୍ଷେତ୍ରରେ ଭାରତୀୟଙ୍କ ଉପସ୍ଥିତି ଅଧିକ , ସେଥିପାଇଁ ଧାରଣା ରହିଛି ଯେ ସେମାନେ ମେଧା ସମ୍ପନ୍ନ, ସମୃଦ୍ଧ କୌଶଳୀ। ସେମାନେ କାର୍ଯ୍ୟରେ ନିଶ୍ଚିତ ସଫଳ ହେବେ, ଏଭଳି ତ୍ରୁଟିପୂର୍ଣ୍ଣ ଧାରଣା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri