ଆଜିକାଲିର ସମୟରେ ଯେଉଁଠି ପ୍ରେମ, ବିବାହ ଉପରୁ ଲୋକଙ୍କ ବିଶ୍ୱାସ ଉଠିବାରେ ଲାଗିଛି, କିଛି ବ୍ୟକ୍ତି ଜୀବନସାଥୀଙ୍କୁ ଭଲ ପାଇବାକୁ ନେଇ ଅନ୍ୟ ପାଇଁ ଉଦାହରଣ ପାଲଟୁଛନ୍ତି। ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଜଣେ ବୃଦ୍ଧ ନିଜର ବୃଦ୍ଧା ସ୍ତ୍ରୀଙ୍କ ସେବା କରୁଥିବା ଦେଖାଯାଉଛି। ଲୋକମାନେ ଏହାକୁ ଦେଖି ବୃଦ୍ଧଙ୍କ ପ୍ରଶଂସା କରୁଛନ୍ତି। ଏହା ହିଁ ପ୍ରକୃତ ପ୍ରେମ ବୋଲି ଅନେକେ କହୁଛନ୍ତି।
ବୟସର ଅପରାହ୍ନରେ ଜୀବନସାଥୀଙ୍କଠାରୁ ଭଲପାଇବା ମିଳିବା ଭାଗ୍ୟର କଥା। କାରଣ ବୃଦ୍ଧାବସ୍ଥାରେ ପ୍ରେମ କମ୍ ଦେଖିବାକୁ ମିଳିଥାଏ। ଭିଡିଓରେ ବୃଦ୍ଧ ବ୍ୟକ୍ତି ସ୍ତ୍ରୀଙ୍କୁ ମୁଣ୍ଡ କୁଣ୍ଡାଇଦେବା ସହ ବେଣୀ ପକାଇ ଦେଉଛନ୍ତି। ଏହା ଅନେକଙ୍କ ହୃଦୟ ଜିତୁଛି।
ଇନ୍ଷ୍ଟାଗ୍ରାମରେ ଭିଡିଓକୁ ‘chutiyapa’ ନାମକ ଆକାଉଣ୍ଟରେ ଶେୟାର କରାଯାଇଛି। ପ୍ରକୃତ ପ୍ରେମ କେବେ ବି ଶେଷ ହୁଏନା ବୋଲି କ୍ୟାପ୍ଶନରେ ଲେଖାଯାଇଛି। ଭିଡିଓଟିକୁ ଇତି ମଧ୍ୟରେ ୬୫ ହଜାର ଲୋକ ଦେଖିସାରିଲେଣି। ଅନେକ ଏଥିରେ ସ୍ନେହପୂର୍ଣ୍ଣ କମେଣ୍ଟ ଦେଉଛନ୍ତି।