ନାମ ସଂକୀର୍ତ୍ତନ କରୁକରୁ ଟଳି ପଡ଼ିଲେ ବୃଦ୍ଧ

ବିନିକା,୨୪।୧୧(ଡି.ଏନ୍‌.ଏ.): ନାମ ସଂକୀର୍ତ୍ତନ ଚାଲିଥିଲା ବରଗଡ଼ ଜିଲା ଭେଡେନ ବ୍ଲକ ଟୁକୁରା ଗ୍ରାମରେ। ସଂକୀର୍ତ୍ତନ କରୁଥିଲେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ଗ୍ରାମର କୈଳାସ ପଣ୍ଡା(୭୧ )। ସେତିକିବେଳେ ହଠାତ ସେ ଟଳି ପଡିଥିଲେ। ଏହିପରି ଏକ ଦୁଃଖଦ ଘଟଣା ଘଟିଛି ବୁଧବାର ରାତିରେ।

ଟୁକୁରା ଗ୍ରାମକୁ ସତ୍‌ସଙ୍ଗ ପାଇଁ କୈଳାସ ନିମନ୍ତ୍ରିତ ହୋଇ ଯାଇଥିଲେl ସେଠାରେ ହରେ କୃଷ୍ଣ ହରେ ରାମ ନାମ ସଂକୀର୍ତ୍ତନ ଚାଲିଥିଲା। କୈଳାସ ସେଥିରେ ସାମିଲ ହୋଇ ସଂକୀର୍ତ୍ତନ କରୁଥିଲେ। ସେତିକିବେଳେ ସେ ହଠାତ ତଳେ ପଡିଯାଇ ପ୍ରାଣବାୟୁ ଉଡି ଯାଇଥିଲା। ପରେ ତାଙ୍କୁ ସିନ୍ଦୁରପୁର ଅଣାଯାଇ ଗଁା ଶ୍ମଶାନରେ ଅନ୍ତମ ସତ୍କାର କରାଯାଇଥିଲା। କୈଳାସଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳର କଳାକାର ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Share