କୂଅରେ ପଡ଼ିଗଲେ ବୃଦ୍ଧା

ପାଟଣା, ୧୮।୩(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଶୁକ୍ରବାର କୂଅରେ ପଡ଼ି ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପ୍ରଭାସ ବାରିକ(୭୫)।
ମିଳିଥିବା ସୂଚନା ମୁତାବକ, ପ୍ରଭାସ ବାଡ଼ିକୁ ଶୌଚ ପାଇଁ ଯାଉଥିଲେ। ସେତିକିବେଳେ ବାଡିରେ ଥିବା ଏକ କୂଅରେ ପଡି ଯାଇଥିଲେ। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ପ୍ରଭାସଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Share