Categories: ଫୁରସତ

ଜିମ୍‌ ଯାଇ ଝାଳ ବୁହାଉଛନ୍ତି ଜେଜେ! ବୃଦ୍ଧଙ୍କ ଇଚ୍ଛାଶକ୍ତି ଦେଖି ଚକିତ ହେଉଛନ୍ତି ଲୋକେ…

ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ ଫିଟ୍‌ନେସକୁ ନେଇ କ୍ରେଜ୍‌ ଅଧିକ। ଏଥିଲାଗି ସେମାନେ ଜିମ୍‌ ଯିବାକୁ ପସନ୍ଦ କରୁଛନ୍ତି। ହେଲେ ଏବେ ଜଣେ ବୃଦ୍ଧ ଜିମ୍‌ ଯିବାର ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ବୟସାଧିକ ସତ୍ତ୍ୱେ ତାଙ୍କର ଇଚ୍ଛାଶକ୍ତି ସାଙ୍ଗକୁ ବ୍ୟାୟାମ କରିବାର ଶୈଳୀ ଅନେକଙ୍କୁ ଚକିତ କରିଛି। ଯିଏ ବି ଭିଡିଓକୁ ଦେଖୁଛି ସେ ତା ଆଖିକୁ ବିଶ୍ୱାସ କରିପାରୁନାହିଁ।
ଭାଇରାଲ ଭିଡିଓରେ ବୃଦ୍ଧ ବ୍ୟକ୍ତିଜଣଙ୍କ ବଟରଫ୍ଲାଏ ଏକ୍ସରସାଇଜ୍‌ କରୁଥିବା ନଜର ଆସିଛି। ଲୁଙ୍ଗି ସହ ଗଞ୍ଜି ପିନ୍ଧି ବେଶ ଦେଶୀ ଷ୍ଟାଇଲରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ପ୍ରତିକ୍ରିୟା ଦେଇ ଜଣେ ଜେଜେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବେ ବୋଲି କହୁଛନ୍ତି। ସେହିଭଳି ‘ଏଭଳି ଇଚ୍ଛାଶକ୍ତି ସମସ୍ତଙ୍କ ମଧ୍ୟରେ ରହିବା ଉଚିତ’ ବୋଲି ଅନ୍ୟ ଜଣେ କହିଛନ୍ତି। ଏଯାବତ ଭିଡିଓକୁ ୩୧ ହଜାର ଲୋକ ଦେଖିସାରିଛନ୍ତି।
ଆପଣ ବି ଦେଖନ୍ତୁ:

Share