ଅନାହାରରେ ବୃଦ୍ଧ ସୁଦର୍ଶନ

ନୟାଗଡ଼ ଅଫିସ,୯।୫: ନୟାଗଡ଼ ବ୍ଲକ ସୁନାଲଟି ଗାଁର ସୁଦର୍ଶନ ଲେଙ୍କା(୭୦) ଅନାହାରରେ ଦିନ କାଟୁଛନ୍ତି। ଖଣ୍ଡପଡା ବ୍ଲକ ଯୋଗିଆପଲ୍ଲୀ ଘାଟିର ଠାକୁରାଣୀ ପୀଠରେ ଠାକୁରଙ୍କ ଭୋଗ ଖାଇ ୫ଦିନ ହେଲା ଜୀବନ ବଞ୍ଚାଇଛନ୍ତି। ଆଉ ମନ୍ଦିର ଚଟାଣ ଆଶ୍ରୟ ପାଲଟିଛି। ସୁଦର୍ଶନଙ୍କର ସ୍ତ୍ରୀ ପକ୍ଷାଘାତରେ ୧୮ ବର୍ଷ ତଳେ ପ୍ରାଣ ହରାଇଥିବାବେଳେ ୩୭ ବର୍ଷର ପୁଅ ୪ବର୍ଷ ହେଲା ପ୍ରାଣ ହରାଇଥିଲେ।
ପୁଅର ସ୍ପାଇନାଲ କଡ ନଷ୍ଟ ହୋଇଯିବା ଯୋଗୁ ଚିକିତ୍ସା ପାଇଁ ବହୁ ଟଙ୍କା ଖର୍ଚ୍ଚ ହୋଇଥିଲା। ପୁଅ ଓ ସ୍ତ୍ରୀର ଚିକିତ୍ସା ପାଇଁ ହୋଇଥିବା ଧାରକରଜ ପରିଶୋଧ କରିବାକୁ ଯାଇ ନିଜର ଘର ବିକ୍ରି କରି ଦେଇଥିଲେ। ଶ୍ୱଶୁର ଘର ଖଣ୍ଡପଡ଼ା ବ୍ଲକରେ ଶାଳଝରିଆ ପଞ୍ଚାୟତର ବିରିଡି ଗାଁରେ ରହିଥିଲେ। ହେଲେ ଶ୍ୱଶୁର ଘର ପର କରିଦେବା ପରେ ସୁଦର୍ଶନଙ୍କର ଜୀବନ ବଦଳି ଯାଇଛି। ସୁଦର୍ଶନ ଡାଇବେଟିସ୍‌ ଓ ଫାଇଲେରିଆ ରୋଗରେ ଅକ୍ରାନ୍ତ। ସରକାରୀ ସହାୟତା ତାଙ୍କ ପାଇଁ ସ୍ବପ୍ନ। ରାଶନ କାର୍ଡ ନ ଥିବାବେଳେ ଭତ୍ତା ମଧ୍ୟ ପାଉନାହାନ୍ତି। ପୁଣି ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ। ଏଭଳିସ୍ଥଳେ ତାଙ୍କ ପାଇଁ ଖାଦ୍ୟ ଓ ଔଷଧ ଖାଇବା କାଠିକର ପାଠ ହୋଇପଡିଛି। ଏଣୁ ସୁଦର୍ଶନଙ୍କୁ ବୃଦ୍ଧାଶ୍ରମରେ ରଖିବାକୁ ଦାବି ହେଉଛି।

ଗାଁ ନାଁ

Share