ବାଲେଶ୍ୱର ଅଫିସ,୧୯ ।୬: ବାଲେଶ୍ୱର ଜିଲା ଔପଦା ବ୍ଲକ ସାନପାଟପୁର ଗାଁର ବୃଦ୍ଧ ସୁରେନ୍ଦ୍ର ମଣ୍ଡଳ ଚାଲି ଚାଲି ଜଗା ଦର୍ଶନ ପାଇଁ ବାହାରିଛନ୍ତି। ହାତରେ କିଛି ଲୁଗାପଟା ରଖିଥିବା ବ୍ୟାଗ୍, ସାହସ କହିଲେ ଖଣ୍ଡେ ବାଡ଼ି ବ୍ୟତୀତ ଆଉ କିଛି ନାହିଁ। ହେଲେ ମନରେ ଅଗାଢ଼ ଭକ୍ତି ନେଇ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଆଗେଇ ଚାଲିଛନ୍ତି। ଶନିବାର ସନ୍ଧ୍ୟା ସୁଦ୍ଧା ଭଦ୍ରକ ପାରି ହୋଇ ଯାଜପୁର ପାଖାପାଖି ପହଞ୍ଚିଥିବା ଜଣାପଡ଼ିଛି।
ଅନୁଯାୟୀ, ସୁରେନ୍ଦ୍ର ଦିନେ ମାନସିକ ରୋଗୀ ଭାବେ ଚିକତ୍ସିତ ହେଉଥିଲେ। ବହୁ ସ୍ଥାନରେ ଚିକିତ୍ସିତ ହେବା ପରେ ଶେଷରେ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପଣ କରି ସେ ଆରଗ୍ୟେ ହୋଇଛନ୍ତି। ମିଛ ମାୟା ଦୁନିଆରେ କେତେଦିନ ଏ ଜୀବନ କିଏ ଅବା ଜାଣିଛି। ଫଳରେ ଶେଷ ସମୟରେ ଅନ୍ତତଃ କାଳିଆ ଠାକୁରଙ୍କ ସାନିଧ୍ୟ ଟିକେ ପାଇଲେ ମଣିଷ ଜନ୍ମରୁ ମୁକ୍ତି ମିଳିଯାଇପାରେ। ବାସ ଏତିକି ଆଶା ନେଇ ସେ ପୁରୀ ଯାଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏ ଭକ୍ତି ଭାବକୁ ସାଧାରଣରେ ପ୍ରଶଂସା କରାଯାଇଛି।