ଭୁଲ୍‌ ମାନି ବାପାଙ୍କୁ ଘରକୁ ନେଲେ ପୁଅ

ପାଣିକୋଇଲି,୧୪ା୧୧(ଡି.ଏନ.ଏ.): ପାଣିକୋଇଲି ପଞ୍ଚାୟତ ବଣିଆଗାଡ଼ିଆ (ଖଜିରିପୁର) ଗ୍ରାମର ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କୁ ତାଙ୍କ ଦୁଇ ପୁଅ ନ ପଚାରିବାରୁ ସେ ସ୍ଥାନୀୟ ବିଦ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ବରିଷ୍ଠ ନାଗରିକ ମଞ୍ଚ ସଭ୍ୟଙ୍କ ଉଦ୍ୟମ କ୍ରମେ ବିଶ୍ୱାଳଙ୍କୁ ତାଙ୍କ ପରିବାରବର୍ଗ ଶନିବାର ଘରକୁ ନେଇଛନ୍ତି। ମଞ୍ଚ ସଭାପତି ନୃସିଂହ ଚରଣ ଦଳାଇ, ସମ୍ପାଦକ ସୁରେନ୍ଦ୍ର ରାୟ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ବିଦ୍ୟାଳୟ ବାରଣ୍ଡାରେ ଦୁଇ ପୁଅ ଓ ବୋହୂଙ୍କୁ ଡାକି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ତଥା ଆଇନଗତ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ। ପରେ ଦୁଇ ପୁଅ ଅକ୍ଷୟ ଓ ଅଜୟ ନିଜର ଭୁଲ ସ୍ବୀକାର କରିବା ସହିତ ବାପାଙ୍କୁ ସାଙ୍ଗରେ ଘରକୁ ନେଇଥିଲେ।