Categories: ଫୁରସତ

ଡବଲ ଡେକର ସାଇକେଲରେ ଏମିତି ଷ୍ଟଣ୍ଡ୍‌ କଲେ ବୃଦ୍ଧ: ଲୋକେ କଲେ ବାଃ ବାଃ, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଜିନିଷ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ। କେହି ଜଣେ କାରରୁ ହେଲିକପ୍ଟର ତିଆରି କରୁଥିବାବେଳେ କେହି ଜଣେ ଇଟାରୁ କୁଲର୍‌ ତିଆରି କରନ୍ତି। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ଅଦ୍ଭୁତ ଷ୍ଟଣ୍ଟ କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ ଜଣେ ବୃଦ୍ଧ ରାସ୍ତାରେ ସାଇକେଲ ଚଲାଇଥିବାର ନଜର ଆସିଛନ୍ତି। କିନ୍ତୁ ଏହି ସାଇକେଲ ଏକ ସାଧାରଣ ସାଇକେଲ ନୁହେଁ ବରଂ ଦେଶୀ ନିର୍ମିତ ଏକ ଭିନ୍ନ ସାଇକେଲ। ଭିଡିଓ ଦେଖି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏହି ସାଇକେଲ କିପରି ତିଆରି ହେଲା?
ଏ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଏକ ଡବଲ ଡେକର୍‌ ବସ ଦେଖିଥିବେ କିନ୍ତୁ ଡବଲ ଡେକର୍‌ ହୁଏତ କୁଚିତ୍‌ ଦେଖିଥିବେ। ଏହି ଭିଡିଓରେ ଜଣେ ବୃଦ୍ଧଙ୍କୁ ଡବଲ ଡେକର ସାଇକେଲ ଚଲାଇଥିବାର ଦେଖାଯାଇଛି। ସାଧାରଣ ସାଇକେଲ ଠାରୁ ଲମ୍ବା ହୋଇଥିଲେ ମଧ୍ୟ ଏହି ବ୍ୟକ୍ତି ଏହି ସାଇକେଲରେ ସହଜରେ ଚଢୁଥିବାର ଦେଖାଯାଏ। କିନ୍ତୁ ଭିଡିଓ ଦେଖିବା ପରେ ଲୋକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ ବୃଦ୍ଧ ଏହି ସାଇକେଲରୁ କିପରି ଓହ୍ଲାଇଲେ। ଏହାସହ କିଛି ଲୋକ ବୃଦ୍ଧଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

Share