ଋଷିକୂଲ୍ୟା କଂସାରୀଗଣ୍ଡକୁ ଯାଇଥିଲେ ଗାଧୋଇ, ଆଉ ତା’ପରେ…

ଛତ୍ରପୁର,୧୫।୯(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀର କଂସାରୀଗଣ୍ଡରେ ରବିବାର ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବୃଦ୍ଧ ଜଣକ ହେଲେ ମୁନିସିପେଣ୍ଠ ଗ୍ରାମର ଭଗବାନ ହାତୀ ।

ଘଟଣାର ଖବର ପାଇ ଛତ୍ରପୁର ଦମକଳ ବାହିନୀ ଓ ଓଡ୍ରାଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କୁରୁଛନ୍ତି। ହେଲେ ଭଗବାନଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।