Categories: ଫୁରସତ

ବୃଦ୍ଧଙ୍କ ବାଇକ୍‌ ଷ୍ଟଣ୍ଟ

ନୂଆଦିଲ୍ଲୀ: ଛୋଟ ଥିବାବେଳେ ଆମକୁ କୌଣସି ଜିନିଷର ଚିନ୍ତା କି ଭୟ ନ ଥାଏ। ଏପରିକି ନୂଆ ଗାଡ଼ି ଶିଖିବା ସମୟରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ ଦେଖାଇବାକୁ ଭୁଲି ନ ଥାଉ। ହେଲେ ଏଠାରେ ଜଣେ ବୃଦ୍ଧ ତାଙ୍କ ବୟସକୁ ଖାତିର ନ କରି ଷ୍ଟଣ୍ଟ ଦେଖାଇବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବୃଦ୍ଧଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡୁଛି। ସେ ବାଇକ୍‌ ଚଲାଇବା ସମୟରେ ନିର୍ଭୟରେ ଷ୍ଟଣ୍ଟ କରୁଥିବା ନଜରକୁ ଆସିଛନ୍ତି। ସେ ବାଇକ୍‌ ଆକ୍ସିଲରେଟରରୁ ଦୁଇ ହାତ ଛାଡି ପଛକୁ ଶୋଇ ତାଙ୍କ କର୍ତ୍ତୃତ୍ୱ ଦେଖାଉଛନ୍ତି। ଏଥିସହ ସେ ବାଇକ୍‌ ଉପରେ ବାର୍‌ବାର୍‌ ବସିକି ଡେଉଁଥିବା ନଜରକୁ ଆସିଛନ୍ତି। ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ର ଜଣେ ୟୁଜର୍ସ ଶୁଟ କରି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡିଛନ୍ତି। ଏହା ଦେଖି ଲୋକେ ସେହି ବୃଦ୍ଧଙ୍କ ପ୍ରଶଂସା କରିଛନ୍ତି। ବୟସ ବଢିବା ସହ ଶରୀରର ଶକ୍ତି ଧୀରେ ଧୀରେ ହ୍ରାସ ପାଇଥାଏ। ତେବେ ବୃଦ୍ଧଙ୍କ ଫିଟ୍‌ନେସ୍‌ ଏବଂ ତାଙ୍କ ସାହସିକତା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ହେଲେ ଏହି ଭିଡିଓଟି କେଉଁଠାର ତାହା ଜଣାପଡି ନାହଁି।

Share