Categories: ଜାତୀୟ

ଝାଡ଼ଖଣ୍ଡରେ ଲାଗୁ ହେବ ପୁରୁଣା ପେନସନ ସ୍କିମ, ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୫ରେ ବିଧାନସଭାର ବିଶେଷ ଅଧିବେଶନ

ରାଞ୍ଚି,୨ ।୯: ଝାଡ଼ଖଣ୍ଡରେ ଗୁରୁବାର ହୋଇଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପୁରୁଣା ପେନସନ ବ୍ୟବସ୍ଥ।।କୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ନିର୍ବାଚନ ଘୋଷଣାପତ୍ରର ଅଂଶ ଥିଲା । ସେପ୍ଟେମ୍ବର ୧ରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ପ୍ରାୟ ୨୪ଟି ପ୍ରସ୍ତାବକୁ ସ୍ୱୀକୃତି ଦିଆଯାଇଛି । କ୍ୟାବିନେଟ ବୈଠକରେ ସ୍ଥିର କରାଯାଇଛି କି ୫ ସେପ୍ଟେମ୍ବର ଅର୍ଥାତ୍ ଗୁରୁ ଦିବସରେ ଝାଡ଼ଖଣ୍ଡ ବିଧାନସଭାର ଏକ ବିଶେଷ ଅଧିବେଶନ ଡକା ଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ହେମନ୍ତ ସୋରେନ ସରକାର ବିଶ୍ୱାସମତ ଆଣିବାକୁ ନେଇ ବିଚାର କରୁଛନ୍ତି ।

Share