ପୁରୁଣା ପେନସନ ଯୋଜନାର ଲାଭ ପାଇବେ ୧୩ ହଜାର କର୍ମଚାରୀ, ସରକାର ନେଲେ ନିଷ୍ପତ୍ତି

ବେଙ୍ଗାଲୁରୁ,୨୫।୧: ଦେଶରେ ପୁରୁଣା ପେନସନ ସ୍କିମ ଏବଂ ନୂତନ ପେନସନ ସ୍କିମ କାର୍ଯ୍ୟକାରୀ କରିବା ନେଇ ବିବାଦର ଖବର ସାମ୍ନାକୁ ଆସୁଛି। ଦେଶର ଅନେକ ରାଜ୍ୟ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ବିଷୟରେ କହୁଛନ୍ତି ଏବଂ ଏହା ସହ ଜଡିତ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଏହି କ୍ରମରେ କର୍ନାଟକ ସହ ଜଡିତ ବଡ ଖବର ଆସିଛି।

କର୍ନାଟକର ୧୩ ହଜାର କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାର ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୂଚନାନୁସାରେ, କର୍ନାଟକ ସରକାର ଏହାର ୧୩ ହଜାର କର୍ମଚାରୀଙ୍କୁ ପୁରୁଣା ପେନସନ ସ୍କିମ (ଓପିଏସ) ଅଧୀନରେ ଆଣିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି।

ଏହା ସେହି ୧୩ ହଜାର ସରକାରୀ କର୍ମଚାରୀଙ୍କ ପାଇଁ, ଯେଉଁମାନେ ଏପ୍ରିଲ ୧, ୨୦୦୬ ପୂର୍ବରୁ ସୂଚିତ ହୋଇଥିଲେ କିନ୍ତୁ ପରେ ନିଯୁକ୍ତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି , ସେ ନୂତନ ପେନସନ ଯୋଜନା ବିରୋଧରେ ବିକ୍ଷୋପ ପ୍ରଦର୍ଶନରେ ବସିଥିବା ସରକାରୀ କର୍ମଚାରୀଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ଏହାକୁ ପୂରା କରାଯାଉଛି।

Share