ବୁଗୁଡ଼ା,୧୪ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧୀନ ଡେଙ୍ଗାପଦର ଗାଁ ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡେଙ୍ଗାପଦର ଗ୍ରାମର ସରସ୍ବତୀ ପ୍ରଧାନ (୬୨)।
ସୋମବାର ସରସ୍ବତୀ ଗାଁ ପୋଖରୀରେ ସ୍ନାନ କରୁଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ିଯାଇଥିଲେ। ଲୋକେ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ନେଇ ବୁଗୁଡ଼ା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୨୮/୨୨) ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।