ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏପରି ଅନେକ ମହାନ କଳାକାର ଅଛନ୍ତି, ଯେଉଁମାନଙ୍କୁ ସେମାନଙ୍କର ଯୋଗ୍ୟତା ଅନୁସାରେ ସମ୍ମାନ ମିଳି ନ ଥାଏ।
ଅନେକ ସମୟରେ ସୋସିଆଲ ମିଡିଆର ସେହିଭଳି କଳାକାରଙ୍କ ସ୍ବର ଶୁଣିବାକୁ ମିଳେ । ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ପରେ ଆପଣ ଲତା ମଙ୍ଗେଶକରଙ୍କୁ ମନେ ପକାଇବେ। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଜଣେ ବୃଦ୍ଧା ଲତାଜିଙ୍କର ଏକ ଗୀତ ଗାଉଛନ୍ତି। ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ବେଶ୍ ପ୍ରଶଂସା ମିଳିଛି।
ଭିଡିଓରେ ଜଣେ ବ୍ୟକ୍ତି ଢୋଲ ବଜାଉଥିବା ବେଳେ ହାରମୋନିୟମ୍ ବଜାଇ ବୃଦ୍ଧା ଜଣକ ଲତାଜିଙ୍କ ‘ମିଲୋ ନା ତୁମ୍ ତୋ ହମ୍ ଘବ୍ରାୟ, ମିଲୋ ତୋ ଆଁଖ୍ ଚୁରାୟେ, ହାମେ କ୍ୟା ହୋ ଗେୟାହୈ ଗୀତ ଗାଉଛନ୍ତି। ଭିଡିଓ ଦେଖି ୟୁଜର୍ସ କହିଛନ୍ତି, ଲତାଜି ମନେ ପଡ଼ିଗଲେ।
कला किसी शय कि मोहताज नहीं ❤️ pic.twitter.com/RQhRAFbyUf
— दर-बदर (@Mahanaatma1) May 4, 2022