ଭବାନୀପାଟଣା,୩।୪(ସ୍ବ.ପ୍ର.): ଭତ୍ତା ପାଇଁ ସଂଘର୍ଷ। କଳାହାଣ୍ଡି ଜିଲାରୁ ପୁଣି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଠି ୫୦୦ ଟଙ୍କା ଭତ୍ତା ପାଇଁ ୫ କିଲୋମିଟର ଚାଲିକି ଯାଉଛନ୍ତି ଜଣେ ୮୦ ବର୍ଷୀୟ ବୃଦ୍ଧା । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।
ସୂଚନାଥାଉକି, କୋକସରା ବ୍ଲକ କୁଳେରଗୁଡା ଗାଁର ପିତବତୀ ପାଳି ନିଜ ଗାଁରେ ବ୍ୟାଙ୍କ ନ ଥିବାରୁ ୫ କିଲୋମିଟର ଦୂରରେ ଥିବା ଟେମେରା ମିନି ବ୍ୟାଙ୍କକୁ ଭତ୍ତା ଟଙ୍କା ଉଠେଇବା ପାଇଁ ଚାଲି ଚାଲି ଯାଉଛନ୍ତି । ଟାଣ ଖରା ସାଙ୍ଗକୁ ପଥୁରିଆ ରାସ୍ତା ଦେଇ ଆସୁଥିବା ବେଳେ ଅନେକ ଲୋକ ବୃଦ୍ଧାଙ୍କୁ ଅଟକାଇ ଅନେକ କଥା ପଚାରିଥିଲେ। ଯାହାର ଉତ୍ତରରେ ବୃଦ୍ଧା ଜଣଙ୍କ ଭତ୍ତା ପାଇଁ ଟେମେରା ମିନି ବ୍ୟାଙ୍କକୁ ଯାଉଛି ବୋଲି କହିଥିଲେ।