ଚେକଡ୍ୟାମ୍‌ରୁ ମିଳିଲା ବୃଦ୍ଧାଙ୍କ ମୃତଦେହ

ରାଇରଙ୍ଗପୁର,୧୪।୭ (ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ମୟୂରଦର ପଞ୍ଚାୟତ କେଶରଗଡ଼ିଆ ଗ୍ରାମସ୍ଥିତ ଚେକଡ୍ୟାମ୍‌ରେ ଭାସୁଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଗୁରୁବାର ରାତିରେ ପୋଲିସ ଜବତ କରିଛି। ମୃତ ବୃଦ୍ଧା କେଶରଗଡ଼ିଆ ଗ୍ରାମର ଉର୍ମିଳା ପାତ୍ର (୮୦)। ପୋଲିସ ଦମକଳ ବାହିନୀ ସହାୟତାରେ ମୃତଦେହ ଜବତ କରି ଶୁକ୍ରବାର ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୭/୨୩) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ତଦନ୍ତକାରୀ ଅଫିସର ଦିଲୀପ ପାତ୍ର କହିଛନ୍ତି।