ଘରୁ ରାଗି ଚାଲି ଯାଇଥିଲେ ବୃଦ୍ଧା, ଆଜି ଡ୍ୟାମ୍‌ରେ ଭାସୁଛି ମୃତଦେହ

ଗଞ୍ଜାମ,୨୦ା୬(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ଅଧିନସ୍ଥ କସିପଡ଼ା ଫାଣ୍ଡିସ୍ଥିତ ଧନେଇ ଜଳଭଣ୍ତାରରେ ଜଣେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଦେଖିବା ପରେ କସିପଡ଼ା ଗ୍ରାମରେ ଥିବା ଫାଣ୍ତି ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ କସିପଡ଼ା ଫାଣ୍ତି ପୋଲିସ ଓ ପୋଲସରା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲସରା ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କ ମୃତଦେହକୁ ଜଳଭଣ୍ତାର ଭିତରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଧନେଇ ଡ୍ୟାମରେ ଭାସୁଥିବା ବୁଦ୍ଧାଙ୍କ ଜଣଙ୍କ ହେଉଛନ୍ତି ଯୋକବନ୍ଧ ଗ୍ରାମର ଅନସୂୟା ଡାକୁଆ (୬୫)।
ସୂଚନାନୁଯାୟୀ, ଅନସୂୟା କୌଣସି କାରଣରୁ ଘରେ କଳି ଝଗଡ଼ା ଲାଗିବାରୁ ଘରୁ ବାହାରି ପଳେଇ ଯାଇଥିଲେ। ତେବେ ଆଜି ସକାଳୁ ସକାଳୁ ଡ୍ୟାମ୍‌ରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।