ମଧ୍ୟପ୍ରଦେଶ,୨୧।୯-ମଧ୍ୟପ୍ରଦେଶ ସେହୋର ଜିଲା ହସ୍ପିଟାଲ କ୍ୟାମ୍ପସରେ ଥିବା କୋଭିଡ-୧୯ କେନ୍ଦ୍ରରେ ଜଣେ ୮୪ ବର୍ଷୀୟ ବୃଦ୍ଧା ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୃଦ୍ଧା ଜଣକ ବିଭିନ୍ନ ପୋଜ ଦେଇ ନାଚୁଥିବା ଦେଖାଯାଇଛି। ତେବେ ଅନ୍ୟ ରୋଗୀମାନେ ମଧ୍ୟ ବୃଦ୍ଧାଙ୍କ ଏପରି ନାଚକୁ ପ୍ରଶଂସା କରିଛନ୍ତି। ବୃଦ୍ଧା ଜଣକ ହେଲେ ଲିଲାବାଇ। ଗତ କିଛିଦିନ ତଳେ ଲିଲାବାଇ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି। ଖୁବଶିଘ୍ର ଲିଲାବାଇଙ୍କୁ ଡିସଚାର୍ଜ କରାଯିବ ବୋଲି ସିଏମଏଚଓ ଡାକ୍ତର ସୁଧୀର ଦେହରିଆ ପ୍ରକାଶ କରିଛନ୍ତି।