Categories: ଫୁରସତ

‘ମେରେ ସପନୋ କି ରାନୀ’ ଗୀତରେ ରାଜେଶ ଖନ୍ନାଙ୍କ ଷ୍ଟାଇଲରେ ଡ୍ୟାନ୍ସ କଲେ ବୃଦ୍ଧ, ଝୁମି ଉଠିଲା ସୋସିଆଲ ମିଡିଆ

କୁହାଯାଏ ସାନ ହେଉ କି ବଡ ବୟସ କୌଣସି କାମରେ ଛାପ ପକାଇ ପାରେନି। ସୁସ୍ଥ ଓ ଖୁସମିଜାଜ ହୃଦୟଟେ ପାଇଁ ସବୁବେଳେ ଖୁସି ରହିବା ଦରକାର। ବୟସ ତ ସଂଖ୍ୟା ମାତ୍ର। ତେଣୁ ଯେତେଦିନ ବି ବଞ୍ଚିବା ଖୁସିର ସହ ବଞ୍ଚିବାକୁ ଚେଷ୍ଟା କରିବା। କିଛି ଏହିପରି ଖୁସମିଜାଜର ଲୋକ ହେଉଛନ୍ତି ଜଣେ ବୃଦ୍ଧ। କହିବାକୁ ଗଲେ ତାଙ୍କଠାରେ ବୟସ ହାର ମାନି ସାରିଛି। ବୃଦ୍ଧଙ୍କର ଦମଦାର ଡ୍ୟାନ୍ସ ସୋସିଆଲ ମିଡିଆରେ ଧୁମ୍‌ ମଚେଇ ଦେଇଛି। ତାଙ୍କ ଡ୍ୟାନ୍ସରେ ବହୁ ୟୁଜର୍ସ ତାଙ୍କ ଫ୍ୟାନ୍ସ ହୋଇଯାଛନ୍ତି।

ବିଜୟ ଖାରୋତ ନାମକ ବ୍ୟକ୍ତିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୟସର ଅପରାହ୍ଣରେ ଥାଇ ବି ତାଙ୍କର ଯୁବାବସ୍ଥା ଭଳି ଜୋଶ ରହିଛି। ଅନୁମାନ କରାଯାଉଛି କି, ଚାକିରିରୁ ଅବସର ପରେ ତାଙ୍କ ସାଙ୍ଗମାନଙ୍କ ସହ ଏକାଠି ସମୟ ବିତାଉଛନ୍ତି। ଏହି ସମୟରେ ସମସ୍ତଙ୍କର ଚିତ୍ତ ବିନୋଦନ ପାଇଁ ରୋମାଣ୍ଟିକ ଅନ୍ଦାଜରେ ରାଜେଶ ଖନ୍ନାଙ୍କ ଷ୍ଟାଇଲରେ ଡ୍ୟାନ୍ସ କରୁଛନ୍ତି। ପାଖରେ ବସିଥିବା ସବୁ ବନ୍ଧୁ ତାଙ୍କଉ ଉତ୍ସାହ ଦେବା ସହ ଖୁବ ଏନଞ୍ଜୟ ମଧ୍ୟ କରୁଛନ୍ତି। ଡ୍ୟାନ୍ସବେଳେ ବୃଦ୍ଧ ଜବରଦସ୍ତ ଏକ୍ସପ୍ରେଶନ ଦେବା ସହ ଚମତ୍କାର ଡ୍ୟାନ୍ସ କରୁଛନ୍ତି। ସୋସିଆଲ ମିଡିଆରେ ଭିଡିଓଟିକୁ ୟୁଜର୍ସ ଖୁବ୍‌ ପସନ୍ଦ କରିବା ସହ ତାଙ୍କ ଫ୍ୟାନ ହୋଇଯାଇଛନ୍ତି।

Share