ଆଖି ବୁଜିଲା ସବୁଠୁ ବୟସ୍କ କିଲର୍‌ ହ୍ବେଲ୍‌

ମିଆମି,୨୧ା୮: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସିକ୍ୱାରିୟମ୍‌ରେ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା ବିଶ୍ୱର ସବୁଠୁ ବୟସ୍କ କିଲର ହ୍ବେଲ ଲୋଲିତାର ମୃତ୍ୟୁ ଘଟିଛି। ୫୭ ବର୍ଷୀୟ ଏହି ବିଶାଳକାୟ ମାଈ ତିମିର ଓଜନ ୨୨୬୮ କେ.ଜି. ଥିଲା। ଟୋକି ନାମରେ ପରିଚିତ ଓର୍କା ପ୍ରଜାତିର ସାମୁଦ୍ରିକ ଜୀବକୁ ଦେଖିବା ପାଇଁ ପ୍ରତ୍ୟହ ଲକ୍ଷାଧିକ ପର୍ଯ୍ୟଟକ ସେଠାକୁ ଧାଉଁଥିଲେ।

୧୯୭୦ ଅଗଷ୍ଟ ୮ରେ ଓ୍ବାଶିଂଟନ୍‌ର ସିଏଟଲରେ ଏହାକୁ ଅନ୍ୟ ୬ କିଲର ହ୍ବେଲ୍‌ ସହ ଧରାଯାଇଥିଲା। ସେତେବେଳେ ଟୋକିକୁ ୪ ବର୍ଷ ହୋଇଥିଲା। ସ୍ବାସ୍ଥ୍ୟରେ ହଠାତ୍‌ ଅବନତି ଆସିବା ପରେ ଶୁକ୍ରବାର ଅପରାହ୍ନରେ ଟୋକି ଆଖି ବୁଜିଦେଇଛି। ପ୍ରାଣୀ ଅଧିକାର କର୍ମୀଙ୍କ ସମେତ ଦର୍ଶକମାନଙ୍କୁ ଏହି ଘଟଣା ମର୍ମାହତ କରିଛି।

Share