Categories: ଜାତୀୟ

ବୁଦ୍ଧି ଶିଖିଲେ ଓଲି: ଅପଲୋଡ୍‌ କଲେ ନେପାଳର ପୁରୁଣା ମାନଚିତ୍ର

ନୂଆଦିଲ୍ଲୀ, ୨୪।୧୦: ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ବୁଦ୍ଧି ଶିଖିଛନ୍ତି। ଚାଇନା ସହିତ ବନ୍ଧୁତା କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ ର’ ମୁଖ୍ୟ ସାମନ୍ତ କୁମାର ଗୋଏଲ୍‌ଙ୍କୁ ଭେଟିବା ପରେ ଓଲିଙ୍କ ସ୍ବରରେ ପରିବର୍ତ୍ତନ ଆସିଛି। ଭାରତ ନେପାଳ ମଧ୍ୟରେ ଜାରି ରହିଥିବା ସୀମା ବିବାଦର ଏବେ ହଟିଯିବା ପରି ମନେ ହେଉଛି। ଓଲି ବିଜୟା ଦଶମୀ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ସେ ନେପାଳର ପୁରୁଣା ମାନଚିତ୍ର ଅପଲୋଡ୍‌ କରିଛନ୍ତି। କିଛି ଦିନ ତଳେ ନେପାଳ ପକ୍ଷରୁ ନୂଆ ମାନଚିତ୍ର ଜାରି କରାଯାଇଥିଲା। ତେବେ ଓଲି ଏବେ ନିଜ ଟୁଇଟର ହ୍ୟାଣ୍ଡେଲରୁ ନେପାଳର ପୁରୁଣା ମାନଚିତ୍ର ଅପଲୋଡ୍‌ କହିଛନ୍ତି। ଏବେ ଓଲିଙ୍କ ଏଭଳି କାର୍ଯ୍ୟ ନେଇ ଚର୍ଚ୍ଚା ଜାରି ରହିଛି।

Share