Categories: ରାଜ୍ୟ

ବଦଳୁଛି ପାଣିପାଗ: ପ୍ରଚଣ୍ଡ ଖରା ସତ୍ତ୍ୱେ ବାବୁବାଲି ଦ୍ୱୀପରେ ଚାଲିଛି କଇଁଛଙ୍କ ଗଣ ଅଣ୍ଡାଦାନ

ରାଜନଗର,୧୭।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୋପସାଗର ମଧ୍ୟରେ ଥିବା ବିଶ୍ୱ ପ୍ରସିଦ୍ଧ ଅଲିଭ୍‌ ରିଡଲେ କଇଁଛଙ୍କ ଅନ୍ତୁଡ଼ିଶାଳ ବାବୁବାଲି ଦ୍ୱୀପରେ ଗତ ଦୁଇ ଦିନ ଧରି ୫୦ଟି ମା’ କଇଁଛ ସମୂହ ଅଣ୍ଡାଦାନ କରୁଛନ୍ତି। କଇଁଛ ସୁରକ୍ଷା ଦାୟିତ୍ୱରେ ଥିବା ଅତିରିକ୍ତ ବନ ସଂରକ୍ଷକ ଶ୍ରୀରାମପଦ ଅରବିନ୍ଦ ମିଶ୍ର ଏହି ସୂଚନା ଦେଇଛନ୍ତି। ଫେବୃୟାରୀ ଶେଷ ସୁଦ୍ଧା କଇଁଛମାନେ ଏହି ଦ୍ୱୀପକୁ ଆସି ଅଣ୍ଡା ଦେଇଥାନ୍ତି। ମାତ୍ର ଏବେ ପ୍ରଚଣ୍ଡ ଉତ୍ତାପ ସତ୍ତ୍ୱେ କଇଁଛମାନେ ଅଣ୍ଡାଦାନ କରୁଥିବା ପରିବେଶବିତ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଳବାୟୁର ପ୍ରଭାବ ଏବେ ସାମୁଦ୍ରିକ ଜୀବମାନଙ୍କ ଉପରେ ପଡ଼ିଛି ବୋଲି ଡ. ସୁଧାକର କର ସୂଚନା ଦେଇଛନ୍ତି।

Share