ଗଞ୍ଜାମ,୨୫ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଡ଼ମପେଟା ଓ ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ୍ ରିଡ୍ଲେଙ୍କ ସାମୂହିକ ଅଣ୍ଡାଦାନ ଜାରି ରହିଛି। ଗୁରବାର ସକାଳୁ ଶନିବାର ପର୍ଯ୍ୟନ୍ତ ୩ ଲକ୍ଷ ୨୪ ହଜାର ୪୨୮ ଅଲିଭ୍ ରିଡ୍ଲେ ଗଣ ଅଣ୍ଡାଦାନ ହୋଇଥିବା ରେକର୍ଡ କରିଛି ବନ ବିଭାଗ। ଶୁକ୍ରବାର ରାତି ପ୍ରଥମ ପ୍ରହରରୁ ଶନିବାର ସକାଳ ପର୍ଯ୍ୟନ୍ତ ୧ ଲକ୍ଷ ୩୮ ହଜାର ୮୨୯ଟି ସାମୁଦ୍ରିକ କଇଁଛ ଅଣ୍ଡାଦାନ କରିଥିବା ବେଳେ ଗୁରୁବାର ସକାଳଠାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ୫୧ ହଜାର ୩୨୩, ଶୁକ୍ରବାର ସକାଳ ୬ଟା ମଧ୍ୟରେ ୧, ଲକ୍ଷ ୩୪ହଜାର ୨୩୬ଟି ଅଲିଭ ରିଡ୍ଲେ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଆହୁରି ପ୍ରାୟ ୩/୪ଦିନ ପର୍ଯ୍ୟନ୍ତ ଗଣ ଅଣ୍ଡାଦାନ ହେବ ବୋଲି ଆଶା କରାଯାଉଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଗଣ ଅଣ୍ଡାଦାନ ହେବ ବୋଲି ପୂର୍ବାନୁମାନ କରିଛି ବନ ବିଭାଗ। ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ