ଗଞ୍ଜାମ/ଛତ୍ରପୁର,୧୬।୯(ବିଦ୍ୟାଧର ସାହୁ/ଦିଲୀପ ସାମଲ): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ଐତିହାସିକ ବଟେଶ୍ୱର ମନ୍ଦିର ନିକଟ ବଟେଶ୍ୱର ବେଳାଭୂମିରେ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ତଟ ସୁରକ୍ଷା ବାହିନୀ (ଇଣ୍ଡିଆନ୍ କୋଷ୍ଟ ଗାର୍ଡ) ଏବଂ ଟାଟା ପାୱାର ଲିମିଟେଡ୍ ପକ୍ଷରୁ ଶନିବାର ସଫେଇ କାର୍ଯ୍ୟ କରାଯାଇଛି।
କାର୍ଯ୍ୟକ୍ରମରେ ଗୋପାଳପୁର ଆର୍ମୀ ଏଡି କଲେଜ କମାଣ୍ଡାଣ୍ଟ ପ୍ରତୀକ ମୋଡ଼କ, ଲ୍ୟୁଟ୍ନାଣ୍ଟ ଜେନେରାଲ ୟୁ. ଭି. ତାଲୁର, ଡବ୍ଲ୍ୟୁଡବ୍ଲ୍ୟୁ ଇଣ୍ଡିଆ କୋଅର୍ଡିନେଟର ସାଧବୀ ସିନ୍ଦୂରା, ଆସିଷ୍ଟାଣ୍ଟ କମାଣ୍ଡର ଡି. କେ. ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ଗୋପାଳପୁର କଲେଜ, ପୋର୍ଟ କର୍ମଚାରୀ, ଗଞ୍ଜାମ ଏନ୍ଏସି କର୍ମଚାରୀ, ଲବଣ ଶ୍ରମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ୭ କିମି ବେଳାଭୂମି ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ l ନ୍ୟାଶନାଲ କୋଷ୍ଟାଲ କ୍ଲିନିକ ଦିବସ ଅବସରରେ ଏହି ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l