ଆର୍ଯ୍ୟପଲୀ ବେଳାଭୂମିରେ ପଡ଼ିଛି ଅଲିଭ୍‌ରିଡ୍‌ଲେଙ୍କ ମୃତଦେହ

ଛତ୍ରପୁର,୨୮ା୨(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ନିକଟ ବେଳାଭୂମିରେ କେତେକ ମୃତ ଅଲିଭ୍‌ରିଡ୍‌ଲେ କଇଁଛ ପଡ଼ିଥିବାର ଦେଖିବାକୁ ମିଳିଛି। ଏନେଇ କିଛି ଅଞ୍ଚଳବାସୀ ସେଠାକୁ ଯାଇ ଦେଖିଥିବା ସୂଚନା ମିଳିଛି। ଅଲିଭ୍‌ରିଡ୍‌ଲେ କଇଁଛର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ବିଭାଗ ପକ୍ଷରୁ ଏଥିପ୍ରତି ଯତ୍ନ ନେବା ନିମନ୍ତେ ସାଧାରଣରେ ଦାବି ହୋଇଛି।

Share