ଅଲିଭ୍‌ ରିଡ୍‌ଲେଙ୍କ ମିଳନ ଋତୁ ଆରମ୍ଭ, ମେ’ ୩୧ ପର୍ଯ୍ୟନ୍ତ ଫିସିଂ ମନା

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବିରଳ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ରୁତୁ ଆରମ୍ଭ ହୋଇଛି। ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ। ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ଏକ ଏନ୍ତୁଡିଶାଳ ବା ସୁରକ୍ଷିତ ସ୍ଥାନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଏନେଇ ବୁଧବାଠାରୁ ମେ’ ୩୧ ପ୍ରର୍ଯ୍ୟନ୍ତ ଏହି ୭ମାସ ତଥା ୨୧୩ ଦିନ ଗଞ୍ଜମ ଋଷିକୂଲ୍ୟା ଉପକୂଳ ସମୁଦ୍ରରେ ମତ୍ସ୍ୟଜୀଜୀବମାନଙ୍କୁ ମାଛ ମାରିବା ବାରଣ କରାଯାଇଛି। ଏହାକୁ ନୋ ଫିସିଂ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ସମୟରେ ଅଲିଭ୍‌ ରିଡେଲ ସାମୁଦ୍ରିକ କଇଁଛ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ହୋଇଥାଏ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥାଏ। ଏହି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯନ୍ତ୍ରଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାତାୟାତ ଉପରେ ରୋକ ଲଗାଯାଇଛି। ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସୁବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

Share