ଅସ୍ତରଙ୍ଗ,୩।୧(ଡି.ଏନ୍.ଏ.): ପୁରୀ ଜିଲାର ଅଲିଭ ରିଡ୍ଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଅସ୍ତରଙ୍ଗ ଅଞ୍ଚଳର ଦେବୀ ମୁହାଁଣ ନିକଟରେ ଅଲିଭ ରିଡ୍ଲେଙ୍କ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି। ୨ଗୋଟି ଅଲିଭ ରିଡ୍ଲେ ଅଣ୍ଡା ଦେଇଥିବା ସ୍ଥାନୀୟ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ଅଣ୍ଡା ଡିସେମ୍ବର ୨୭ ତାରିଖରେ ଦେଇଥିଲାବେଳେ, ସେଥିରୁ ୧୫୦ ଅଣ୍ଡା ସଂଗ୍ରହ କରାଯାଇଥିବା ବନବିଭାଗ କର୍ମଚାରୀ କହିଥିଲେ। ସେହିପରି ନୂତନ ବର୍ଷର ପ୍ରଥମ ଦିନରେ ଆଉ ଏକ ଅଲିଭ ରିଡ୍ଲେ ୧୧୦ଟି ଅଣ୍ଡା ଦେଇଥିବା ବନବିଭାଗ ପ୍ରକାଶ କରିଛି॥ ମୋଟ ଦୁଇ ଥରରେ ୨୬୦ ଅଣ୍ଡା ସଂଗ୍ରହ କରାଯାଇ ଦେବୀନାସି ହାଚେରିରେ ଛୁଆ ଫୁଟିବା ପାଇଁ ରଖାଯାଇଛି ବୋଲି ଦେବି ମୁହାଁଣର ଫରେଷ୍ଟର ସବିର ସାହୁ ପ୍ରକାଶ କରିଛନ୍ତି।