ଗଞ୍ଜାମ,୩୧।୩(ଡି.ଏନ.ଏ.):ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତିର ସାମୁଦ୍ରିକ ଅଲିଭ୍ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଚତୁର୍ଥ ଦିନରେ ରାତ୍ରି ସମୟରୁ ବୁଧବାର ସକାଳ ୮ଟା ମଧ୍ୟରେ ୮୫ ହଜାର ୭୪୭ ସାମୁଦ୍ରିକ କଇଁଛ ବେଳାଭୂମି ଉପରକୁ ଉଠିଆସି ସାମୂହିକ ଅଣ୍ଡାଦାନ କରିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଚତୁର୍ଥ ଦିନ ସୁଦ୍ଧା ସର୍ବମୋଟ ୩ଲକ୍ଷ ୨୯ ହଜାର ୪୩୮ ସାମୁଦ୍ରିକ କଇଁଛ ଅଣ୍ଡାଦାନ କରିଥିବା ବିଭାଗ ପ୍ରକାଶ କରିଛି। କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ବିଭାଗ କର୍ମଚାରୀମାନେ ରାତ୍ରି ଉଜାଗର ରହି ନିଜ ନିଜ ସେଗ୍ମେଣ୍ଟରେ ରହି ଗଣତି କାର୍ଯ୍ୟକୁ ମଧ୍ୟ ସୁଚାରୁ ରୂପେ ତୁଲାଉଥିବା ଲକ୍ଷ୍ୟ କରାଯାଇଛି। ଆଉ ଦୁଇଦିନ ପର୍ଯ୍ୟନ୍ତ ଗଣ ଅଣ୍ଡାଦାନ ଚାଲୁ ରହିବ ବୋଲି ଆଶା କରାଯାଉଛି।