ଲଣ୍ଡନ,୧୩।୮: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ପେସର ଓଲି ରବିନ୍ସନ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ନେଇଥିଲେ। ତେବେ ସେ କୋହଲିଙ୍କ ଉଇକେଟକୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଉଇକେଟ ବୋଲି କହିଛନ୍ତି। ଏଥିସହ ତାଙ୍କୁ ଆଉଟ୍ କରିବାକୁ କରାଯାଇଥିବା ଯୋଜନା ସଫଳ ହେଲା ବୋଲି ସେ କହିଛନ୍ତି।
ରବିନ୍ସନ୍ ପ୍ରଥମ ଦିନର ଖେଳ ଶେଷ ହେବା ପରେ କହିଛନ୍ତି, ବିରାଟ ବୋଧହୁଏ ମୋର ସବୁଠାରୁ ବଡ଼ ଉଇକେଟ। ସେଥିପାଇଁ ମୁଁ ବହୁତ ଖୁସି ଥିଲା। ବାସ୍ତବରେ ତାହା ଏକ ବିଶେଷ ମୁହୂର୍ତ୍ତ ଥିଲା। ତାଙ୍କୁ ଚତୁର୍ଥ-ପଞ୍ଚମ ଷ୍ଟମ୍ପ ଲାଇନ୍ରେ ବୋଲିଂ କରିବାକୁ ଯୋଜନା କରିଥିଲୁ। ଭାଗ୍ୟ ସାଥିରେ ରହିବା ଯୋଗୁ ଏହି ଯୋଜନା କାମ କଲା ବୋଲି ସେ କହିଛନ୍ତି।